ହେଡଲାଇନସ୍:

ଅଜଣା ଭାରିଯାନ ଧକ୍କାରେ ବାଘର ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନରେ ଥିବା ମୁଜଗଡ ଠାରେ, ଗତ ବିଳମ୍ବିତ ରାତ୍ରରେ ଗୋଟିଏ କଲରା ପତାରିଆ ବାଘର ମୃତ୍ୟୁ ହୋଇଛି।

 ଭଞ୍ଜନଗର ରୁ ଉଦୟନାଥ ପଣ୍ଡା  : ମୁଜଗଡ ଓ ଫୁଲବାଣୀ ମୁଖ୍ୟ ରାସ୍ତାରେ କୌଣସି ଏକ ଭାରିଯାନର ଧକ୍କାରେ ବାଘ ଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ରାତ୍ରରେ ଘଟିଥିବା ଏହି ଦୁର୍ଘଟଣା ବିଷୟରେ ଗ୍ରାମବାସୀ ଙ୍କ ଠାରୁ ଖବରପାଇ, ପୋଲିସ ଓ ଵନଵିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉପସ୍ଥିତ କର୍ମଚାରୀ ବାଘଟିକୁ ପାଣି ଦେବା ସହ ଚିକିତ୍ସା ପାଇଁ ନେବା ସମୟରେ ବାଘର ମୃତ୍ୟୁ ହୋଇଥିଲା। ବାଘ ଟିର ବୟସ 4 ରୁ 5 ବର୍ଷ ଏବଂ ଭଞ୍ଜନଗର ବନଖଣ୍ଡ ଅଞ୍ଚଳରେ ଏମିତି ବାଘର ଦୃଶ୍ୟମାନ ହୋଇ ନଥିଲା ବେଳେ ବାଘ ଟି କନ୍ଧମାଳ ଅଂଚଳରୁ ଆସିଥିବା ଅନୁମାନ କରାଯାଉଛି। କିନ୍ତୁ ସ୍ଥାନୀୟ ଜନସାଧାରଣ ମତାନୁସାରେ , ଗଭୀର ଘଞ୍ଚ ଜଙ୍ଗଲ ଭିତରେ ବାଘର ସ୍ଥାୟୀତ୍ବ ପୁର୍ବରୁ ଅଛି। ଭଞ୍ଜନଗର ଉତ୍ତର ଘୁମୁସର ବନ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ଭଞ୍ଜନଗର ବନଖଣ୍ଡ ଅଂଚଳରେ ବାରମ୍ବାର ହାତୀ ,ହରିଣ,ବାଘର ମୃତ୍ୟୁ ଘଟିବା ଚିନ୍ତାର ବିଷୟ ହୋଇ ପଡିଛି ଏପରି ସ୍ଥଳେ ଜନ ସାଧାରଣ ଙ୍କ ପ୍ରଶ୍ନ ଯେ କେବେ ଓ କେମିତି ଏ ବନ୍ୟ ପ୍ରାଣୀ ମାନେ ସୁରକ୍ଷା ପାଇବେ ?

0
0
0
s2sdefault