ହେଡଲାଇନସ୍:

ନବନିଯୁକ୍ତ ଓଇଏସ୍ ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୮ା୮: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଓଡି଼ଶା ଶିକ୍ଷା ସେବା(ଓଇଏସ୍) ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍ ଫିନାନ୍ସିଆଲ୍ ମ୍ୟାନେଜମେଣ୍ଟ ଠାରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣଙ୍କ ମଧ୍ୟରୁ ୮୦ ଜଣ ନବନିଯୁକ୍ତ ଓଇଏସ୍ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ନବନିଯୁକ୍ତ ଅଧିକାରୀଙ୍କ ୧୬ ଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ସେମାନଙ୍କୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ ଦିଆଯାଇଥିଲା । ଏହା ପରେ ଅନ୍ୟ ଦିନ ଗୁଡ଼ିକରେ ଅଧିକାରୀଙ୍କୁ ଜିଲ୍ଲା, ବ୍ଲକ୍ ସ୍ତରରେ କ୍ଷେତ୍ର ଅଧ୍ୟୟନ ମାଧ୍ୟମରେ ଶିକ୍ଷା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା । ନୂତନ ଭାବେ ପ୍ରଣୟନ କରାଯାଇଥିବା ହାଉସ୍ ସିଷ୍ଟମ୍, ସ୍କୁଲ କ୍ଲବ୍, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ବିଷୟରେ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏହି ୧୬ ଦିନିଆ କାର୍ଯ୍ୟକ୍ରମରେ ଓଇଏସ୍ ଅଧିକାରୀମାନେ ଶିଖରଚଣ୍ଡୀ ପାହାଡ଼ରେ ଚଳିତ ମାସ ୬ତାରିଖରେ ଶ୍ରମଦାନ ସ୍ୱରୂପ ସ୍ୱଚ୍ଛତା ଅଭିଯାନର ବାର୍ତ୍ତା ବାଣ୍ଟିଥିଲେ । ଏହି ସମୟ ଅବଧି ମଧ୍ୟରେ ସେମାନେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଏବଂ ବାଲିଅନ୍ତା ବିଇଓଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । କିଭଳି ଭାବେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି, ସେସବୁକୁ ବୁଝିଥିଲେ । ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ ସହ ପୁରୀ ଓ କୋଣାର୍କକୁ ନବ ନିଯୁକ୍ତ ଶିକ୍ଷା ଅଧିକାରୀମାନଙ୍କ ଭ୍ରମଣ ଏହି ତାଲିକା ଶିବିରରେ ଅଧିକ ଉତ୍ସାହ ଭରିଦେଇ ଥିଲା । ଏହାସହ ଗତ ରବିବାର କିଟ୍ରେ ସେମାନଙ୍କର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଅଧିକାରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍, ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସହ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

0
0
0
s2sdefault