ବ୍ୟକ୍ତିଗତ ଓ ସାମୂହିକ ଭାବେ ୨୫୦ ରୁ ଉର୍ଧ୍ଵ ଅଭିଯୋଗ ପତ୍ର ୫ଟି ସଚିବଙ୍କୁ ପ୍ରଦାନ
ଅଗଷ୍ଟ ୧୬ ତାରିଖ ମଧ୍ୟରେ ମନ୍ଦିର, କମ୍ୟୁନିଟି ସେଂଟର ର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଦାନ ଯୋଗାଇ ଦିଆଯିବ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନଅଭିଯୋଗ ଶୁଣାଣି କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଠାରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦ ହଜାରରୁ ଉର୍ଧ୍ଵ ଜନସାଧାରଣ ଯୋଗ ଦେଇ ବ୍ୟକ୍ତିଗତ ଓ ସାମୂହିକ ଭାବେ ୨୫୦ ରୁ ଉଦ୍ଧ୍ୱର୍ ଅଭିଯୋଗ ପତ୍ର ୫ଟି ସଚିବଙ୍କୁ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ମଧ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନ ତଥା ମନ୍ଦିର , ମସଜିଦ୍ , ଚର୍ଚ୍ଚ ,ଗୁରୁଦ୍ୱାର ଓ ଗୋଷ୍ଠୀ କେନ୍ଦ୍ର (କମୁ୍ୟନିଟ ସେଂଟର) ସଂକ୍ରାନ୍ତ ଅଭିଯୋଗ ଗୁଡ଼ିକର ଶୁଣାଣି କରାଯାଇ ଅଗଷ୍ଟ ୧୬ ତାରିଖ ମଧ୍ୟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ଅଭିଯୋଗ ଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ପରେ ସେ ଅନୁଦାନ ରାଶି ଘୋଷଣା କରିବେ ବୋଲି ୫ଟି ସଚିବ ପ୍ରକାଶ କରିଛନ୍ତି । ଏହାଛଡ଼ା ସରକାରଙ୍କ ର ବିଭିନ୍ନ ବିକାଶମୂଳକ ଯୋଜନାରେ କାର୍ଯ୍ୟ କଲାବେଳେ ଏଥିରେ ସ୍ୱଚ୍ଛତା ରକ୍ଷା କରି ନିଜସ୍ୱ ସମ୍ପତି ଭାବି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚାହୁଁଥିବା ସେ ପ୍ରକାଶ କରିଥିଲେ । ଏହାଛଡ଼ା ବିକାଶମୂଳକ କାର୍ଯ୍ୟ ପାଇଁ କିସ୍ତି ଅନୁଯାୟୀ ଅନୁଦାନ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ଏହି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ଓ ଅନ୍ୟାନ୍ୟ ଅଭିଯୋଗ ଗୁଡ଼ିକୁ ବିଚାରକୁ ନିଆଯାଇ କି କି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ଦ୍ୱାରା ୧ମାସ ମଧ୍ୟରେ ଜଣାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ୫-ଟି ସଚିବ ସଭାସ୍ଥଳୀରେ ବୁଲି ବୁଲି ଲୋକମାନଙ୍କ ଠାରୁ ସିଧାଳସଳଖ ଭାବେ ଅଭିଯୋଗ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ୱ ଇଚ୍ଛା କୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି କାରଣ ମହିଳାମାନେ ସ୍ୱାବଲମ୍ବୀ ହେଲେ ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଚାହାଁନ୍ତି । ସରକାରଙ୍କ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ଋଣ ଯୋଗାଇ ଦିଆଯିବା ସହିତ ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସମ୍ପୃକ୍ତି କରାଯାଇ ଲାଭବାନ ମଧ୍ୟ କରାଯାଉଛି । ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଯେଉଁ ସବୁ କୋଠାଗୁଡ଼ିକ ବ୍ୟବହୃତ ନହୋଇ ଅପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ମହିଳା ଗ୍ରୁପମାନେ ସେଗୁଡ଼ିକୁ ଚିହ୍ନଟ କରି ବ୍ଲକ ପ୍ରଶାସନକୁ ଜଣାଇଲେ ଏକ ମାସ ମଧ୍ୟରେ ସମ୍ପୃକ୍ତ ଘରକୁ ମରାମତି କରାଯାଇ ମହିଳା ଗ୍ରୁପଙ୍କୁ ହସ୍ତାନ୍ତର କରାଯିବ , ଯାହାକୁ ନେଇ ସେମାନେ ଗ୍ରୁପର ବିଭିନ୍ନ ବ୍ୟବସାୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେବେ ବୋଲି ୫-ଟି ସଚିବ ଆଉ ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହାଛଡ଼ା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ବର୍ଷକୁ ମହିଳାମାନଙ୍କୁ ୧୦ଲକ୍ଷ ଓ ପୁରୁଷମାନଙ୍କୁ ୫ଲକ୍ଷ ଟଙ୍କା ଚିକିତ୍ସା ନିମନ୍ତେ ଯୋଗାଇ ଦିଆଯାଉଥିବାରୁ ବହୁ ଲୋକ ଏଥିରେ ଉପକୃତ ହେଉଥିବା ସେ ପ୍ରକାଶ କରିଛନ୍ତି । ଏହାଛଡ଼ା ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ୫ଟି ଯୋଜନାରେ ରୂପାନ୍ତରିକରଣ କରାଯାଇ ଗ୍ରାମାଚଂଳ ର ପିଲାମାନଙ୍କୁ ସହରାଚଂଳ ପିଲାମାନଙ୍କ ଭଳି ଶିକ୍ଷାଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଖୁବ୍ ଶୀଘ୍ର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ଏହି ୫ଟି ଯୋଜନାରେ ସମ୍ପୃକ୍ତି କରାଯାଇ ରୂପାନ୍ତରିକରଣ କରାଯିବାର ଘୋଷଣା ହେବ ବୋଲି ୫ଟି ସଚିବ ପ୍ରକାଶ କରିଛନ୍ତି । ରାଜ୍ୟର ଲୋକମାନଙ୍କର ସୁସ୍ଥ ଜୀବନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଯୋଜନାମାନ କରିଛନ୍ତି ସେଥିରେ ରାଜ୍ୟବାସୀ ଉପକୃତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ସହଯୋଗ କାମନା କରିଥିବା ୫-ଟି ସଚିବ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ , ବ୍ଲକ ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ବ୍ୟାପକ ସହଯୋଗ କରାଯାଇଥିଲା ବେଳେ ପୋଲିସମାନେ ଶାାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା ।











