(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିର୍ବାଚନ କମିଶନର ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଗୋତରା ଗ୍ରାମ ପଞ୍ଚାୟତ ଉପନିର୍ବାଚନ ଆସନ୍ତା 9 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି l ଯାହାପାଇଁ ବିଜେଡି -ବିଜେପି - କଂଗ୍ରେସ ତ୍ରିମୁଖୀ ପ୍ରତିଦ୍ବନ୍ଦୀ ଙ୍କ ମଧ୍ୟରେ ଲଢେଇ ତୀବ୍ରତର ହେବାରେ ଲାଗିଛି l ଧୋବଧୋବଳିଆ ନେତା ମାନେ ବିଭିନ୍ନ ପ୍ରତିଶୁତି, ଅର୍ଥ, ଭୋଜି, ଭାତର ଆୟୋଜନ କରି ସାଧାରଣ ଭୋଟର ମାନଙ୍କୁ ମୋହିତ କରିବା ପାଇଁ ବିଭିନ୍ନ ପ୍ରକାର ବଳ ପ୍ରୟୋଗ କରିବା ଆରମ୍ଭ କରିଦେଇଛନ୍ତି l ଗୋତରା ପଞ୍ଚାୟତ ରୁ ବିଜେଡି ଦଳ ପ୍ରାର୍ଥୀ ଭାବେ ପ୍ରହଲ୍ଲାଦ ପ୍ରଧାନ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଥିଲା ବେଳେ ସେହିପରି ବିଜେପି ଦଳ ପ୍ରାର୍ଥୀ ଭାବେ ସୂର୍ଯ୍ୟକାନ୍ତ ପଣ୍ଡା, କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ସୌମ୍ୟରଂଜନ ଦାସ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି l ବିଜେଡି ଦଳ ପ୍ରାର୍ଥୀ ପାଇଁ ବିଧାୟକ ପ୍ରତାପ ଜେନା ଙ୍କ ସମେତ ବିଜେଡି ଦଳୀୟ କର୍ମୀ ୱାର୍ଡ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଥିଲା ବେଳେ ବିଜେପି ଦଳ ପ୍ରାର୍ଥୀ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ଙ୍କ ସମେତ ବିଜେପି କର୍ମୀ ୱାର୍ଡ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି ଏବଂ କଂଗ୍ରେସ ଦଳ ପ୍ରାର୍ଥୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ଙ୍କ ସମେତ କଂଗ୍ରେସ କର୍ମୀ ୱାର୍ଡ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି l ତେବେ ବିଜେଡି ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କୁ ଆଗକୁ ନେବା ପାଇଁ ବିଜେଡି ପ୍ରାର୍ଥୀ ଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବା ପାଇଁ ସାଧାରଣ ଭୋଟର ମାନଙ୍କୁ କହି ପ୍ରଚାର କରୁଥିଲା ବେଳେ, ବିଜେପି ବିଜେଡିର ବହୁ ଦୁନିର୍ତି କୁ ସାଧାରଣ ଭୋଟର ଙ୍କୁ କହି ଦୁନିର୍ତି ହଟାଇ ଏକ ସ୍ୱଚ୍ଛ ପଞ୍ଚାୟତ ଗଠନ କରିବା ପାଇଁ ବିଜେପି କୁ ଜିତେଇବା ପାଇଁ ସମସ୍ତ ପଞ୍ଚାୟତ ବାସୀଙ୍କୁ ଅନୁରୋଧ କରୁଛି, ସେହିପରି ଭାବେ କଂଗ୍ରେସ ଦଳ ପକ୍ଷରୁ ବିଜେପି ବିଜେଡିର ଦୁନିର୍ତି କୁ ସାଧାରଣ ଭୋଟର ମାନଙ୍କ ସମ୍ମୁଖରେ ବଖାଣିବା ସହ ପଞ୍ଚାୟତ ର ପରିବର୍ତ୍ତନ ପାଇଁ କଂଗ୍ରେସ ଦଳୀୟ ପ୍ରାର୍ଥୀ ଙ୍କୁ ବହୁ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସାଧାରଣ ଭୋଟର ମାନଙ୍କୁ କୁହାଯାଉଥିବାର ଦେଖିବାକୁ ମିଳିଛି l ଅପର ପକ୍ଷରେ ନିର୍ବାଚନ ସରଗରମ କେବଳ ନେତା ଓ କୁଜି ନେତା ଙ୍କ ମଧ୍ୟରେ ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଥିଲେ ମଧ୍ୟ 70 ଶତକଡା ରୁ ଅଧିକ ସାଧାରଣ ଭୋଟର ମାନେ ଏପର୍ଯ୍ୟନ୍ତ ନୀରବ ରହି କାହାକୁ ଭୋଟ ଦେଲେ ପଞ୍ଚାୟତ ର ବିକାଶ ହେବ, ସ୍ୱଚ୍ଛ, ଦୁନିର୍ତିମୁକ୍ତ ପଞ୍ଚାୟତ ଗଠନ ହେବ, ଗୁଣ୍ଡାଗିରି ହଟିବା ସହ ଏକ ସ୍ୱାଭିମାନ, ଶାନ୍ତିପୂର୍ଣ୍ଣ ପଞ୍ଚାୟତ ଗଠନ ହୋଇପାରିବ ସେ ନେଇ ଭୋଟରମାନେ ଧର୍ଯ୍ୟ ଧରି ସମୟକୁ ଅପେକ୍ଷା କରି ରହିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି l ତେବେ ଆଉ ଦୁଇ ଦିନ ପରେ ଅର୍ଥାତ 9 ତାରିଖ ଦିନ ଗୋତରା ପଞ୍ଚାୟତର ସାଧାରଣ ଭୋଟର ମାନେ କେଉଁ ଦଳୀୟ ପ୍ରାର୍ଥୀ କୁ ଭୋଟ ଦେଇ ବିଜୟ କରାଇବେ ତାହାହିଁ ଦେଖିବାକୁ ବାକି ରହିଲା l ଅନ୍ୟପଟେ ଭୋଟ ଦେବାର ଅଧିକାର ହେଉଛି ସମସ୍ତ ଙ୍କ ପାଇଁ ମୌଳିକ ଅଧିକାର କେହି ବି କାହା ମିଥ୍ୟା ପ୍ରତିଶୃତି , ଭୋଜି, ଭାତ, ଅର୍ଥ ପ୍ରଲ୍ଲୋଭନ ରେ ନପଡି ପଞ୍ଚାୟତର ଉନ୍ନତି ପାଇଁ ମାତ୍ର କିଛି ସମୟ ସ୍ଥିର ଭାବେ ବସି ରହି ସଠିକ ନିର୍ଣ୍ଣୟ ନେବେ ବୋଲି ଗୋତରା ପଞ୍ଚାୟତ ବାସୀ ପ୍ରକାଶ କରିଛନ୍ତି l ତେବେ ପଞ୍ଚାୟତର ବିକାଶ ପାଇଁ ସାଧାରଣ ଜନତା କାହାକୁ ବାଛୁଛନ୍ତି ତାହା ହିଁ ଦେଖିବାକୁ ବାକି ରହିଲା l
ରାଜ୍ୟ
ସରଗରମ ଗୋତରା ଗ୍ରାମ ପଞ୍ଚାୟତ ଉପନିର୍ବାଚନ : ତ୍ରିମୁଖୀ ପ୍ରତିଦ୍ବନ୍ଦୀ ମଧ୍ୟରେ ଲଢେଇ ଜୋରଦାର l
- Hits: 320








