ପଦ୍ମପୁର :- ସ୍ଥାନୀୟ ବଡ଼ପଡ଼ା ଠାରେ ନୂଆପଡ଼ା କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ୪୦ ଗୋଟି ଦଳ କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଝାରସୁଗୁଡ଼ା ଦଳର ସମ୍ପଦ ଚୌହାନ ଓ କିଶୋର ସୁନାନୀ ଏବଂ ରାଉରକେଲା ଦଳର ଇନ୍ଦ୍ରଜିତ ମହାନ୍ତି ଓ ଶମ୍ଭୁ ଚରଣ ନାୟକ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଯୁବନେତା ଭୋଜରାଜ ସିଂ ବରିହା ମୂଖ୍ୟ ଅତିଥି, ଏନ୍.ଏ.ସି ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, କାଉନ୍ସିଲର କବିତା ସେଠ୍, ହ୍ୟୁମାନ ରାଇଟ୍ସ ଜିଲ୍ଲା ସଭାପତି ହରିଶଙ୍କର ଅଗ୍ରୱାଲ, ଶିକ୍ଷକ ଅଜିତ ପାତ୍ର ଓ ଭଜନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜେତା ଝାରସୁଗୁଡ଼ା ଦଳ ଓ ଉପବିଜେତା ରାଉରକେଲା ଦଳକୁ ଟ୍ରଫି ପ୍ରଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ କମଳ ସାହୁ, ନରେଶ ଦାସ,କୁନୁ ସେଠ, ଶ୍ରୀକାନ୍ତ ବାରିକ, ଚୂଡାମଣି ମାଝୀ, ସଞ୍ଜିବ ସାହୁ, ଅଚ୍ୟୁତା ସେଟ ଗଜେନ ମହାନ୍ତି ଓ କ୍ଲବର ସମସ୍ତ ସଦସ୍ଯ ସହଯୋଗ କରିଥିଲେ l
ରାଜ୍ୟ
ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
- Hits: 339








