ହେଡଲାଇନସ୍:

ଡାକ୍ତରୀ ପାଠ୍ୟକ୍ରମରେ ଅଂଗଦାନ ଓ ବ୍ରେନ୍ ଡେଥ୍ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ନେଇ ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଅଗଷ୍ଟ ୦୮ : ଅଙ୍ଗଦାନ ଆମ ଦେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଂଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମ୍ ଅଲ୍ଟିମେଟ ମେଡିକେୟାର ସମାଜକୁ ସେବା ଯୋଗାଇବା ସହ ଏକ ବିଶାଳ ଜନ ସଚେତନତା ସୃଷ୍ଟି କରପାରିଛି ବୋଲି କହିଛନ୍ତି ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ୧୩ ତମ ଭାରତୀୟ ଅଂଗଦାନ ଦିବସ ପାଳନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଂଗଦାନ ମହୋତ୍ସବରେ ଯୋଗ ଦେଇ ଶ୍ରୀ ପୂଜାରୀ ଏହା କହିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ୟୁରୋଲୋଜିଷ୍ଟ ତଥା ଟ୍ରାନସ୍‌ପ୍ଲାଂଟ ସର୍ଜନ ଓ ନ୍ୟାସନାଲ ଡିସିଜଡ୍ ଡୋନର ଟ୍ରାନ୍ସପ୍ଲାଂଟ ନେଟୱାକ୍ ଅଧ୍ୟକ୍ଷା ଡାକ୍ତର ବାତ୍ସଲା ତ୍ରିବେଦୀ କହିଥିଲେ ଯେ ଲୋକମାନେ ବ୍ରେନ୍ ଡେଥ୍ କିମ୍ବା ଅଂଗଦାନ ପ୍ରକ୍ରିୟା ନେଇ ସଚେତନ ହୋଇ ନାହାନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜନସାଧାରଣଙ୍କ ଅପେକ୍ଷା ଡାକ୍ତରମାନଙ୍କୁ ଏ କ୍ଷେତ୍ରରେ ଅଧିକ ଅବଗତ ହେବା ଜରୁରୀ ହୋଇପଡିଛି ।
ତେଣୁ ମଣିଷର ବ୍ରେନ୍‌ଡେଥ୍ ଓ ଅଙ୍ଗଦାନ ସଂପର୍କିତ ବିଷୟ ଡାକ୍ତରୀ ପାଠ୍ୟକ୍ରମରେ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ବାତ୍ସଲା କହିଥିଲେ ।
କିଡ୍‌ନୀ କିମ୍ବା ଲିଭର ସମସ୍ୟା ଥିବା ବ୍ୟକ୍ତି ପ୍ରତ୍ୟେକ ଦିନ ମୃତ୍ୟୁକୁ ଅତି ନିକଟରୁ ଦେଖିଥାଏ । ତେଣୁ ଅଂଗଦାନ କରି ଏଭଳି ବ୍ୟକ୍ତିମାନଙ୍କୁ ମୃତ୍ୟୁ ମୁଖରୁ ବଂଚାଇବା ସମସ୍ତଙ୍କର କର୍ତବ୍ୟ ବୋଲି ଡାକ୍ତର ତ୍ରିବେଦୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍‌ର ଯୁଗ୍ମ ନିର୍ଦ୍ଦେଶକ ତଥା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ନୋଡାଲ୍ ଅଫିସର ପ୍ରଫେସର (ଡାକ୍ତର) ଉମାକାନ୍ତ ଶତପଥୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅଗଂଦାନ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ । ଅଂଗ ପ୍ରତ୍ୟାରୋପଣ ସହ ଅଂଗଦାନ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ସେ କହିଥିଲେ ।
ଏହି ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମାତ୍ର ୩ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ହସ୍ପିଟାଲ୍ ନିକଟରେ କିଭଳି ଜଣେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଂଗ ଅନ୍ୟ ୪ଜଣ ବ୍ୟକ୍ତିଙ୍କର ଜୀବନ ବଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି ସେ ବିଷୟରେ ଅବଗତ କରାଇଥିଲେ ।
ସମ୍ମମ୍ ଅଂଗଦାନର ଗୁରୁତ୍ୱ ସହିତ ଜୀବନ ରକ୍ଷାର ମହତ୍ୱ ଉପରେ ବିଶ୍ୱାସ କରେ ବୋଲି ଡକ୍ଟର ଦାଶ କହିଥିଲେ ।
ଏହି ମହୋତ୍ସବରେ ଗତ ଜୁନ୍ ୨୪ ତାରିଖରେ ମୃତ୍ୟୁ ବରଣ କରିଥିବା ପ୍ରସନ୍‌ଜୀତ ମହାନ୍ତିଙ୍କର ଶରୀରରୁ ବିଭିନ୍ନ ଅଂଗ ଗୁଡିକୁ କଢାଯାଇ ଅନ୍ୟ ୪ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାର ଦୃଢ଼ ନିଷ୍ପତି ନେଇଥିବା ତାଙ୍କ ପତ୍ନୀ ଶ୍ରୀମତି ମୃଦୁମଞ୍ଜରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଗତ ଶନିବାର ସମ୍ମମ୍ ପକ୍ଷରୁ ଆୟୋଜିତ ଅଂଗଦାନ ସଚେତନତା ସମ୍ପର୍କିତ ପଥପ୍ରାନ୍ତ ନାଟକରେ ଅଭିନୟ କରିଥିବା ନେଇ ସମ୍ମମ୍‌ର ଡାକ୍ତର, ନର୍ସ, ଓ ପାରାମେଡିକାଲ୍ କର୍ମଚାରୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବିଗ୍ରେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ମୁଖ୍ୟ, ସିନିୟର କନ୍‌ସଲଟାଂଟ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

0
0
0
s2sdefault