ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ
ସମ୍ମୁଖରେ ପାଇକମାନଙ୍କ କଳାବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି।ରାଜ୍ୟ ନିଷ୍ଫଳ ଓଡିଶା ପଞ୍ଚାୟତ ନିର୍ବାହୀଅଧିକାରୀ ସଂଘର ଡାକରା କମ୍ରେ ସୋମବାର ବ୍ଲକର ୨୬ଟି ପଞ୍ଚାୟତର କାଯ୍ୟରତ ପିଇଓମାନେ କଳାବ୍ୟାଚ ପିନ୍ଧି ଦୁଇ ଦଫା ଦାବୀ ପୁରଣ ପାଇଁ ଧାରଣା ଦେଇଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ଦାବୀ ପୁରଣ ନ ହେଲେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବାକୁ ସଂଘ ପକ୍ଷରୁ ଆଜି ଧମକ ଦିଆଯାଇଛି । ସେମାନଙ୍କ ଦାବୀ ଯେ, ସେମାନେ ପଞ୍ଚାୟତରେ ତୃଣମୁଳ ସ୍ତରରୁ କାର୍ଯ୍ୟ କରିଆସୁଛନ୍ତି । ପଞ୍ଚାତୟର ସମସ୍ତ କାମ ସଂଚାଳନ ଏବଂ ସଂପାଦନା
କରିବାରେ ସେମାନେ ପ୍ରମୁଖ ଭୂମିକ ନିଭାଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମ ୧୪ଗୋଟି ବିଭାଗର ୨୯ ଟି ଦାୟିତ୍ବ ନିର୍ବାହ କରୁଛନ୍ତି । ଏମଜିନରେଗା, ଗ୍ରାମାଞ୍ଚଳ ଗୃହ ନିର୍ମାଣ, ମୋ ଘର ଯୋଜନା, ସାଧାରଣ ବଣ୍ଟନ ସାମାଜିକ ସୁରକ୍ଷା ଯୋଜନା ରାସ୍ତା ଆଲୋକିକରଣ, ଗ୍ରାମପଞ୍ଚାୟତର ଭିତ୍ତିଭୂମି ପ୍ରତିଷ୍ଠା, କୃଷି, ଜଳସେଚନ, ସମବାୟ ଭଳି ଅନେକ ଯୋଜନା ସେମାନଙ୍କ ଦ୍ୱାରା ହିଁ ସଫଳ ହେଉଥିବା ପ୍ରକାଶ କରିଛନ୍ତି । ଏଣୁ ପଞ୍ଚାୟତ ଅଧିକାରୀମାନଙ୍କୁ ପ୍ରବେଶିକା ଶିକ୍ଷାଗର ଯୋଗ୍ୟତା ପୁର ଦୁଇରୁ ଯୁକ୍ତ ତିନି କରିବା ସହୟ
ପେ ଲେଭେଳ ୫ର ୨୧୭୦୦ରୁ ଲେଭେଳ ୯ ଏବଂ ୩୫୦୦ଟଙ୍କା ମଞ୍ଜୁର କରିବା , ଦ୍ବିତୀୟ ଦାବୀ ରେ ଦଶ ବର୍ଷ ଚାକିରି ପୁରଣ କରିଥିବା ପିଇଓମାନଙ୍କୁ ପେ ଲେଭେଲରେ ଅବସ୍ଥାପିତ କରାଯିବା ସହତି ଏମାନଙ୍କୁ ଓଆରଏସ ପଦବୀକୁ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି । ଉକ୍ତ ଧାରଣା ରେ ଦୁର୍ଲ୍ଲଭ ପଧାନ, ରଞ୍ଜନ ବେହେରା, କିଶୋର ଝାଙ୍କର , ବିରେନ ଦାଶ,
ଅଙ୍ଗଦ ମହାନନ୍ଦ, ବିଭିଷଣ ମଲ୍ଲିକ, କମ୍ଫ ଥନାପତି ପ୍ରମୁଖ ଧାରଣାରେ ସାମିଲ ଥିଲେ ।
ରାଜ୍ୟ
ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନଙ୍କ କଳାବ୍ୟାଚ ପିନ୍ଧି ଧାରଣା
- Hits: 211








