ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗୀତାରେ ପ୍ରବନ୍ଧ , ବକୃତା , କୁଇଜ୍ , ଦେଶାତ୍ମକବୋଦକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୟ ୭୭ତମ ସ୍ଵାଧୀନତା ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ।
ବିଭିନ୍ନ ପ୍ରତିଯୋଗୀତାର ବିଚାରକ ମଣ୍ଡଳୀ ଭାବରେ ଶ୍ରୀ ରଘୁନାଥ ପାତ୍ର ,ଓଡ଼ିଶା ସଙ୍ଗୀତ ଏକାଡେମୀ ସଦସ୍ୟା , ଶ୍ରୀ ବିଚିତ୍ରାନନ୍ଧ ବେବର୍ତ୍ତା , ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା , ଶ୍ରୀ ବୋହିତ୍ ପୁରୋହିତ , ଶ୍ରୀ ରମାକାନ୍ତ ବାରାଡୋ , ଶ୍ରୀ କିଶୋର ଚନ୍ଦ୍ର ଦାଶ , ଶ୍ରୀ ଅମେଶ ଲିମ୍ମା , ଶ୍ରୀ ଜଗଦୀଶ କୁମାର ପାତ୍ର , ରମାକାନ୍ତ ପାଣିଗ୍ରାହୀ , ଶ୍ରୀ ଶ୍ୟାମ ସୁନ୍ଧର ଗନ୍ତାୟତ ଓ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ପ୍ରମୁଖ ବିଚାରକ ମଣ୍ଡଳୀ ଭାବରେ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଇଟି ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
- Hits: 249








