ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ପଞ୍ଚାୟତ ବିଜୁ ପଟ୍ଟନାୟକ କଲେଜ ପଡିଆରେ ତିନି ଦିନ ଧରି ଆୟୋଜିତ ହେଉଥିବା ପୁରୁଣାଗଡ଼ କ୍ରିକେଟ ଲିଗ ଟୁର୍ଣ୍ଣlମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଫାଇନାଲ ମ୍ୟାଚ ଟି ପିସିସି ଡ଼ିଫେଣ୍ଡର ପିସିସି ଅଲଟ୍ରାମ୍ୟାକ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟଚ ଜିତି ପିସିସି ଡ଼ିଫେଣ୍ଡର ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା l ବର୍ଷା ବ୍ୟାଘାତ ପାଇଁ 5 ଓଭର ବିଶିଷ୍ଠ ହୋଇଥିଲା l ପିସିସି ଅଲଟ୍ରାମ୍ୟାକ୍ସ 5 ଓଭର ରେ 9 ଗୋଟି ଉଇକେଟ ହରାଇ 29 ରନ ସଂଗ୍ରହ କରିଥିଲା l ପ୍ରତିପକ୍ଷ ପିସିସି ଡ଼ିଫେଣ୍ଡର ଦଳ 5 ଓଭର ରେ 6 ଉଇକେଟ ହରାଇ 29 କରି ରନ ସେମ ସେମ କରିଥିଲା l ପରେ କ୍ରିକେଟ ନିୟମ ମୁତାବକ ସୁପର ଓଭର ଖେଳା ଯାଇଥିଲା l ଏଥିରେ ସର୍ବାଧିକ 5 ରନ କରି ପିସିସି ଅଲଟ୍ରାମ୍ୟାକ୍ସ ବିଜୟୀ ହୋଇଥିଲା l
ଅନୁଷ୍ଠିତ ଟୁର୍ଣ୍ଣlମେଣ୍ଟ ରେ ଚାରିଗୋଟି ଦଳ ପିସିସି ୱାରୀଅର, ପିସିସି ଚ୍ୟାଲେଞ୍ଜର,ପିସିସି ଡ଼ିଫେଣ୍ଡର, ପିସିସି ଅଲଟ୍ରାମ୍ୟାକ୍ସ ଅଂଶଗ୍ରହଣ କରିଥିଲେ l ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ ବିଜେତା ଦଳ କୁ ଟ୍ରଫି ଓ 15 ହଜାର ଟଙ୍କା ର ପୁରସ୍କାର ରାଶି ଓ ଉପବିଜେତା ଦଳ କୁ ରନର୍ସ ଅଫ ଟ୍ରଫି ଶହ 10 ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ l ଏହି ପୁରସ୍କାର ବିତରଣ ଉତ୍ସବ ରେ ସାମ୍ନାନୀତ ଅତିଥି ଭାବେ ଖଇରଙ୍ଗ ସରପଞ୍ଚ ଲିପକ ସାହୁ, ପୂର୍ବତନ କ୍ରିକେଟର ଜ୍ଞାନ ମହାନ୍ତି, ବିନୋଦ ମହାନ୍ତି, ଜୁବୁଲା ରାୟ, ଯୋଗଦେଇ ଥିଲେ l
ରାଜ୍ୟ
ପୁରୁଣାଗଡ଼ କ୍ରିକେଟ ଲିଗ ଟୁର୍ନାମେଣ୍ଟ ଉଦଯାପିତ ପିସିସି ଅଲଟ୍ରାମାକ୍ସ ଚାମ୍ପିୟାନ
- Hits: 364








