ବିଜେପି ତରଫରୁ "ମୋ ମାଟି ମୋ ଦେଶ "କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:ପ୍ରଫୁଲ୍ଲ କୁମାର ମଲ୍ଲ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ "ମୋ ମାଟି ମୋ ଦେଶ "କାର୍ଯ୍ୟକ୍ରମ ଆୟୋଜିତ ହେବ l ଏହି ଅବସରରେ ଦେଶର ପ୍ରତି ପଂଚାୟତ ଓ ନଗରାଞ୍ଚଳର ସମସ୍ତ ୱାର୍ଡରେ ଥିବା ଦଳ ତରଫରୁ ସମସ୍ତ ସହିଦ ପରିବାର ସହିତ ସମ୍ପର୍କ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେହି ଗ୍ରାମର ପବିତ୍ର ମାଟି ଓ ଏକ ଗଛ ନିଆଯାଇ ଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶରୁ ଆସିଥିବା ମାଟି ଓ ଗଛରେ ହେବାକୁ ଥିବା ଅମୃତ ଉଦ୍ୟାନରେ ସାମିଲ କରାଯିବ l ଏଥି ସହିତ ପ୍ରତି ଗ୍ରାମ ପଂଚାୟତରେ, ସହିଦମାନଙ୍କ ସ୍ମୃତି ଫଳକ ଲଗାଇବା,ବ୍ୟାପକ ବୃକ୍ଷରୋପଣ କରିବା , ସମସ୍ତଙ୍କ ଘରେ ଘରେ ତ୍ରିରଙ୍ଗା ଲଗାଇବା, ତ୍ରିରଙ୍ଗା ଶୋଭାଯାତ୍ରା କରିବା ଓ ସାମୁହିକ ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ସ୍ଥାନୀୟ କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ଓଡ଼ିଶାର ନବ ମନୋନୀତ ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ ଯତୀନ କୁମାର ମହାନ୍ତି ଓ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ ଯତୀନ କୁମାର ମହାନ୍ତି ଆଗାମୀ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ବିଜେପି ତରଫରୁ ଜିଲ୍ଲାର ପ୍ରତି ପଂଚାୟତରେ ଦୁର୍ନୀତି, ଭ୍ରଷ୍ଟାଚାର, ପ୍ରିୟାପ୍ରୀତିତୋଷଣ, ଅମଲା ନିଷ୍ପତ୍ତି ଓ ମୋ ଓଡିଶା ନବୀନ ଓଡିଶା ଯୋଜନାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଦୃଢ ଆନ୍ଦୋଳନ କରାଯିବ ବୋଲି କହିଥିଲେ l ଏହି ଅବସରରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ବିଜେପି ନେତା ଦୋଳ ଗୋବିନ୍ଦ ନାୟକ, ସୁନାକର ବେହେରା, ଡ଼ଃ କଳ୍ପନା ମଲିକ, ସତ୍ୟବାଦୀ ଚଇନି ନେତୃବୃନ୍ଦ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀ ଅତିଥି ପରିଚୟ କରିଥିବା ବେଳେ ଅଭିମନ୍ୟୁ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ଉପସଭାପତି ଉପିନ ରାଉତ, କଳ୍ପନା ମଲ୍ଲିକ, କୃଷ୍ଣ ଚନ୍ଦ୍ର ପଣ୍ଡା, ସଞ୍ଜୟ ସାହୁ,ସରୋଜ କାନ୍ତ ନାୟକ, ଜିଲ୍ଲା ସମ୍ପାଦକ ଅମିତାଭ ସୁଆର, ସୁନାକର ପ୍ରଧାନ, ପ୍ରଦୀପ ଦାସ, ବିକ୍ରମାଦିତ୍ୟ ସାହୁ, ମିହିର ସାମଲ,
ବରିଷ୍ଠ ନେତା ସରୋଜ କାନ୍ତ ସାହୁ, ରଶ୍ମି ବେଉରା, ବିକ୍ରମ ରାଉତରାୟ, ସଞ୍ଜୟ ରଥ, ଜାନକୀ ପ୍ରଧାନ, ରାଜ୍ୟ ଓବିସି ମୋର୍ଚ୍ଚା ସଂପାଦକ ଦୁର୍ଗା ପ୍ରସନ ନାୟକ, ସଂଖ୍ୟା ଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସଲିମ୍ ଖାଁ, ଅଜୟ ବେହେରା,ମୋର୍ଚ୍ଚା ସଭାପତି ଅନ୍ତରଯ୍ୟାମି ମଲିକ,ସତ୍ୟ ପ୍ରକାଶ ସାମଲ,ନେହେରୁ କୁମାର ସାହୁ, ପ୍ରିୟଦର୍ଶିନୀ ନନ୍ଦ, ଜିଲ୍ଲା କୋଷାଧ୍ୟକ୍ଷା ପ୍ରତିମା ନାୟକ, ମଣ୍ଡଳ ସଭାପତି ରାଜେନ୍ଦ୍ର ସାମଲ, ନିହାର ନାୟକ, ପ୍ରଶାନ୍ତ ସେଠୀ, ବନମାଳୀ ମହାପାତ୍ର, ଅନୁରାଧା ସମାଲ, ପ୍ରକାଶ ଦାସ, ରାଜେନ୍ଦ୍ର ବେହେରା, ବିଶ୍ଵ କାନ୍ତ ନନ୍ଦ, ଅକ୍ଷୟ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚାର ତରୁଣ କlଞ୍ଜିଲାଲ, ବିଚିତ୍ର ପ୍ରଧାନ, ସୌବାଲ୍ୟ ବାହାଲିଆ, ଶ୍ରୀଧର ପ୍ରଧାନ, ମହିଳା ମୋର୍ଚ୍ଚାର ବନ୍ଦନା ରାଉତରାୟ, ଲିଜାରାଣୀ ଦାଶ , ଝିଲି ଦାସ, ବଳରାମ ବେହେରା, ଚନ୍ଦନ ରାଉତରାୟ, ନିହାର ରଞ୍ଜନ ମହାନ୍ତି, ନାରାୟଣ ସିଂ, ରାଜକିଶୋର ସାହୁ, ବସନ୍ତିଆ, କଳ୍ପତରୁ ବେହେରା, ହିରଣ୍ୟ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

0
0
0
s2sdefault