ହେଡଲାଇନସ୍:

ମିଟର୍ ରିଡିଂ ଅଧିକା ଯୋଗୁଁ ବଚସା , ବିଭତ୍ସ ହତ୍ୟାକାଣ୍ଡ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
ମୃତକ ଲକ୍ଷ୍ମୀନାରାୟଣ ତ୍ରିପାଠୀ (ବାବି)

ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ତାରିଶିଗଂ ଥାନା ଅନ୍ତର୍ଗତ କୃପାଟି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ | ମିଟର୍ ରିଡିଂ ଅଧିକା ଯୋଗୁଁ, ବିଭତ୍ସ ହତ୍ୟାକାଣ୍ଡ। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ,ବିଲ ମିଟର ରିଡିଙ୍ଗୀ ଏଜେଣ୍ଟ ଭାବେ କାଯ୍ୟ କରୁଥିବା ଲଷ୍ମୀ ନାରାୟଣ ତ୍ରିପାଠୀ ( ବାବି) ଙ୍କୁ କୌଣସି କାରଣରୁ ନିର୍ମମ ହତ୍ୟା କଲେ କୃପାଟି ଗ୍ରାମର ବିଦ୍ୟୁତ ଉପଭୋକ୍ତା ଗୋବିନ୍ଦ ସେଠୀ| ଖବର ପାଇ ବାବିଙ୍କୁ ବଞ୍ଚାଇବାକୁ ଯାଇଥିବା ଗାଲେରୀ ଗ୍ରାମର ରୀଙ୍କୁ ନାୟକ ଗୁରୁତର ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟାଇ ଥିବା ଗୋବିନ୍ଦ ସେଠୀ ମଧ୍ୟ ଗୁରୁତର ହୋଇ ଭଞ୍ଜନଗର ରୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛି | ଲୋକଙ୍କ ଠାରୁ ମିଳିଥିବା ଅନୁଯାୟୀ ମୃତକ ଲକ୍ଷ୍ମୀନାରାୟଣ ତ୍ରିପାଠୀ (ବାବି) ମିଟର ରିଡିଂ ନେବାକୁ ଯାଇ ଥିବା ବେଳେ ଗ୍ରାହକଙ୍କ ସହିତ, ମିଟର ରିଡିଂ ଅଧିକା କୁ ନେଇ ବଚସା ହୋଇଥିଲା | ପରେ ପରେ ହାତାହାତି ହୋଇ ବିଭତ୍ସ ହତ୍ୟାକାଣ୍ଡ ର ଶିକାର ହୋଇଥିଲେ।

0
0
0
s2sdefault