ସାଲେଭଟା /ଶାସକ ପ୍ରଶାସକରୁ ଗୁରୁ ଶଙ୍କର ପାଇକ - ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧୀନ ଗାଈଖାଇ ଡ୍ୟାମକୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି | ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଏଠାରେ ଏକ ଇକୋ ପାର୍କ ହେବାକୁ ଯାଉଛି | କାମ ମଧ୍ୟ ଆରମ୍ଭ ହୋଇ ଗଲାଣି | ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବାପରେ ଗାଈ ଖାଇ ଛକ ଠାରେ ଛବିଶ ନମ୍ବର ଜାତୀୟ ରାଜପଥ ପାଖରେ ନିର୍ମିତ ଗେଟ ମଧ୍ୟ ନିର୍ମିତ ହୋଇଛି | ଡେମ ମଧ୍ୟରେ ବୋଟ ମଧ୍ୟ ପଡିଛି କେତୋଟି ବୋଟକୁ ନିକଟସ୍ଥ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ରଖାଯାଇଛି | ଆଗରୁ ଓ ଏବେ ମଧ୍ୟ ଡେମ ଆଖ ପାଖ ଗାଁ ଲୋକେ ଗାଧୋଇବାକୁ ଏଠାକୁ ଆସିଥାନ୍ତି |
ଇକୋ ପାର୍କ ଘୋଷିତ ହେବା ପରେ ଆଖ ପାଖ ଗାଁ ଲୋକେ ଏବଂ ଦୂର ଗାଁ ଲୋକେ ମଧ୍ୟ ଏଠାକୁ ଯିବାଆସିବା କଲେଣି | ସେମାନେ ଏଠାରେ ଗାଧୁ ଆ ପାଧୁଆ କରୁଛନ୍ତି | ଛୋଟ ଛୁଆ ଏବଂ ସ୍ତ୍ରୀ ଲୋକ ମାନେ ମାନେ ମଧ୍ୟ ଆସୁଛନ୍ତି | ପ୍ରଥମ ଘାଟରେ ଲୋକଙ୍କର ବେଶୀ ବ୍ୟବହାର ହେବ | ତେବେ ଏହି ପ୍ରଥମ ଘାଟ କୁ ଲାଗି ଏକ ବଡ଼ ଗର୍ତ୍ତ ରହିଛି | ଏହା ପର୍ଯ୍ୟଟକ ତଥା ଲୋକଙ୍କ ପାଇଁ ବିପଦ ହୋଇପାରେ | ଏଥି ପ୍ରତି ଜଳସେଚନ ବିଭାଗ ଏବଂ ଜଙ୍ଗଲ ବିଭାଗ ଯଥାଶୀଘ୍ର ଦୃଷ୍ଟି ଦେବାକୁ ପର୍ଯ୍ୟଟକ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରବଳ ଦାବି ହେଉଛି
ରାଜ୍ୟ
ଗାଈଖାଇ ଡ୍ୟାମ: ଘାଟକୁ ଲାଗି ଏକ ବଡ଼ ଗର୍ତ୍ତ , ଲୋକଙ୍କ ପାଇଁ ଆଣିପାରେ ବିପଦ
- Hits: 318








