ସାଲେଭଟା/ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ - ବଲାଙ୍ଗୀର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ସାଲେଭଟା ପ୍ରାଥମିକ କେନ୍ଦ୍ର ନୂତନଟି ଆଜି ତା 6/8/2023 ରବିବାର ବଂଦ ଅଛି | ଆଜି ତା 6/8/2023 ସମୟ ପ୍ରାୟ ସାଢେ ଦଶଟା ବେଳକୁ ମଧ୍ୟ ସାଲେଭଟା ଡାକ୍ତରଖାନାର ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଲୋକ ଦେଖିବାକୁ ପାଇଥିଲେ | ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାସର ପ୍ରତ୍ୟେକ ରବିବାର ଓ ସରକାରୀ ଛୁଟି ଦିନ ଗୁଡିକରେ ମଧ୍ୟ ମାସର ଅନ୍ୟ ଦିନଗୁଡିକ ପରି ସକାଳ ବେଳା ଓ ଉପର ବେଳା ଡାକ୍ତରଖାନା ନିର୍ଧାରୀତ ସମୟ ନିର୍ଘଣ୍ଟ ପ୍ରକାରେ ଖୋଲିବା ଏବଂ ବନ୍ଦ ହେବା କଥା ଅନ୍ୟ ରବିବାର ଦିନ ଗୁଡିକରେ ଉକ୍ତ ଡାକ୍ତର ଖାନା ଖୋଲୁଥିଲା କିନ୍ତୁ ଆଜି ଦିନ ସାଢ଼େ ଦଶଟା ବେଳକୁ ଡାକ୍ତର ଖାନା ର ମୁଖ୍ୟ ଫାଟକରେ ତାଳା ଝୁଲୁ ଥିବା ର ଦେଖି ଅଂଚଳର କେତେକ ରୋଗୀ ଅପେକ୍ଷ୍ୟା କରି ଶେଷକୁ ମନ ଦୁଃଖରେ ଫେରି ଯାଇଥିବାର ଜଣାଯାଇଛି |
ଡାକ୍ତର ଖାନା ବନ୍ଦ ଥିବାର କାରଣ ସମ୍ପର୍କରେ ଜାଣିବା ପାଇଁ ଶାସକ ପ୍ରଶାସକ ତରଫରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀଯୁକ୍ତ ବେଣୁଧର ପଧାନଙ୍କୁ ତାଙ୍କ ମୋବାଇଲ ନମ୍ବର 7008959257 କୁ ଯୋଗାଯୋଗ କରାଯାଇଥିଲା | ଫୋନ ରିଙ୍ଗ ହେଉଥିଲେ ବି ସେ ଫୋନ ଉଠାଇଲେ ନାହିଁ | ଡାକ୍ତରଖାନା ମୁଖ୍ୟ ଫାଟକରେ ଡାକ୍ତରଖାନା ବନ୍ଦନେଇ କୌଣସି ସୂଚନା ମଧ୍ୟ ଦିଆଯାଇ ନଥିବା ଯୋଗୁ ଲୋକମାନେ ଅନେକ ସମୟ ଅପେକ୍ଷା କରି ଫେରୀଯାଇଥିବା ଦୁଃଖର ସହ କହିଛନ୍ତି |
ରାଜ୍ୟ
ବିନା ସୂଚନାରେ ସାଲେଭଟା ପ୍ରାଥମିକ କେନ୍ଦ୍ର ବଂଦ : ଲୋକ ହନ୍ତସନ୍ତ
- Hits: 337








