ନୈତିକ ବିଦ୍ୟୁତ ବ୍ୟବହାରରେ ଉନ୍ନତି ଆଣି ,ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତ ସୁନିଶ୍ଚିତ କରାଯାଉଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବ୍ୟାପକ ଭିତିଭୂମି ବିକାଶ, ପ୍ରଯୁକ୍ତି ଉନ୍ନତୀକରଣ ଓ ଉନ୍ନତ ଗ୍ରାହକ ସେବା ଭଳି ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟଉସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଆଗକୁ ବଢ଼ୁଛି । ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମିକୁ ସୁଦୃଢ଼ କରିବା ରେ ଉଲ୍ଲେଖନୀୟ ନିବେଶ କରାଯାଇଛି । ଏତେ ସବୁ ଉଦ୍ୟମ ସତ୍ୱେ ଅନୈତିକ ବିଦୁ୍ୟତ ଚୋରି ଯୋଗୁଁ କଂପାନିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି ।
ନିଷ୍ଠାବାନ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ବେଆଇନ ହୁକ ପକାଇବା ଘଟଣାକୁ ରୋକିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ଗଣ ଅଭିଯାନ କାର୍ଯ୍ୟକାରୀ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଦ୍ୱାରା ବେଆଇନ ସଂଯୋଗକୁ ବିଚ୍ଛିନ୍ନ କରାଯିବା ସହିତ ଯେଉଁମାନେ ଯଥାର୍ଥତା ସହ ପେମେଂଟ୍ କରୁଛନ୍ତି ସେମାନଙ୍କ ପାଖକୁ ବିଦୁ୍ୟତ ପହଂଚାଯାଉଛି । ବ୍ୟାପକ ମିଟର ଯାଂଚ, ଓୟାରିଂର ଅନୁଶୀଳନ ଏବଂ ଭୁଲ କାମ କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପଦକ୍ଷେପ ଜରିଆରେ ଟିପିସିଓଡିଏଲ୍ ଚୋରିକୁ ହାସ କରିଥିବା ବେଳେ ହାରାହାରି ବୈଷୟିକ ଓ ବାଣିଜି୍ୟକ (ଏଟିଆଣ୍ଡ୍ସି) କ୍ଷତିକୁ କମ୍ କରିପାରିଛି, ଫଳରେ ନିଷ୍ଠାବାନ ଗ୍ରାହକଙ୍କ ଉପରୁ ଆର୍ଥିକ ବୋଝ ହାଲୁକା କରାଯାଇପାରିଛି ।
ପୁରୀ ଡିଭିଜନରେ ପ୍ରବର୍ତନ ଟିମ୍ ପକ୍ଷରୁ ଗତ ଜୁଲାଇ ୧୩ରେ ଏକ ଘଟଣା ଚିହ୍ନଟ କରାଯାଇଥିଲା ଯେଉଁଠାରେ ବିଦୁ୍ୟତ ମିଟର ସହ ହେରଫେର ହୋଇଥିବା ଧରାପଡ଼ିବା ସହ ବିଦୁ୍ୟତ ଚୋରି ପାଇଁ ୨୭ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା ।
ଏଭଳି ଅସୁରକ୍ଷୀତ ଓ ଅନୈତିକ ଅଭ୍ୟାସ ବିରୋଧରେ ସଚେତନତା ବଢ଼ାଇବା ଲକ୍ଷ୍ୟ ନେଇ ବିଦୁ୍ୟତ ଚୋରିରୁ ଦୂରେଇ ରହିବା ଏବଂ ତୁରନ୍ତ ସେଭଳି ଘଟଣା ବିଷୟରେ ଜଣାଇବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆଯାଇଛି । ଏଭଳି ଘଟଣା ବିଷୟରେ ହ୍ୱାଟସ୍ଆପ୍ (୯୪୩୭୧୫୮୬୭୦), ଇମେଲ୍ (This email address is being protected from spambots. You need JavaScript enabled to view it.) କିମ୍ବା ଟିପିସିଓଡିଏଲ ମିତ୍ର ଆପ୍ ଜରିଆରେ ସୂଚନା ପ୍ରଦାନ କରିହେବ । ଘଟଣାର ଗମ୍ଭରତାକୁ ଦୃଷ୍ଟିରେ ରଖି ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭାରତୀୟ ବିଦୁ୍ୟତ ନିୟମ ୨୦୦୩ ଅନୁସାରେ ବିଦୁ୍ୟତ ଚୋରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି । ଏଭଳି କାର୍ଯ୍ୟକଳାପକୁ ‘ବିଜୁଳିର ଚୋରି” ର ଆଖ୍ୟା ଦିଆଯାଇଛି ଓ ଭାରତୀୟ ବିଦୁ୍ୟତ ନିୟମ ୨୦୦୩ ର ଧାରା ୧୩୫ରେ ସେଥିପାଇଁ କଠୋର ଦଣ୍ଡବିଧାନ କରାଯାଇଛି ଯେଉଁଥିରେ ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କୁ ସମ୍ଭାବ୍ୟ ଜେଲ୍ ଭଳି ଦଣ୍ଡର ବ୍ୟବସ୍ଥା କରାଯାଇଛି ।
ନୈତିକ ବିଦୁ୍ୟତ ବ୍ୟବହାର ଓ ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତକୁ ଆଗକୁ ବଢ଼ାଇବା ଲାଗି ଟିପିସିଓଡିଏଲ୍ ସଂକଳ୍ପବଦ୍ଧ ରହିଛି ।

0
0
0
s2sdefault