ଝାରବନ୍ଧ - ଶାସକ ପ୍ରଶାସକ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଡୁଙ୍ଗରିପାଲି ଗ୍ରାମ ର ଅନିଲ ପ୍ରଧାନ (35),ବଡ଼କଞ୍ଜାରି ଗ୍ରାମ ର ସୋଲମ ଦାସ (32)କୁ ବେଆଇନ ଏସକଫ ସିରଫ ନିଶା ବଟିକା, ନିଶା ଇଞ୍ଜେକ୍ସନ କରବାର ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଛି l ଜଗଦଳପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଶୁକଲିପାହାଡ଼ ପୋଲ ନିକଟ ରେ ଏକ ବାଇକ (cg 06 ge 5426)ସନ୍ଦେହ ରେ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ବାଇକ ରୁ କଫ ସିରଫ, ନାଇଟ୍ରୋସମ 10 ବଟିକା,50 ଟି ଇଞ୍ଜେକ୍ସନ ଭର୍ତି ପେକେଟ pentazocine lactete ଆଦି ଇଞ୍ଜେକ୍ସନ ଜବତ କରି ଉକ୍ତ ଦୁଇ ଜଣ କୁ କାବୁ କରିଥିଲେ l ଥାନା ଅଧିକାରୀ ସୁଷମା କୁଆଁର ଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ଦେବାର୍ଚନ କୁମରା, ଶାନ୍ତନୁ ନାଏକ, ହାବିଲଦାର ବିଜୟ କୁମାର, କନଷ୍ଟେବଳ ମିନିକେତନ ମାଝୀ, ନିହାର ରଞ୍ଜନ ପାଣ୍ଡେ, କମଳ ହାଁସଦା ରାତ୍ର ରେ ପେଟ୍ରୋଲିଂ କରୁଥିବା ବେଳେ ଧରା ପଡ଼ିଥିଲେ l ଏ ସଂକ୍ରାନ୍ତ ରେ ଥାନା କେସ ନଂ 110/023 ରେ ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀମତୀ କୁଆଁର ପ୍ରକାଶ କରିଛନ୍ତି l
ରାଜ୍ୟ
କଫ ସିରପ ନିଶା ଇଞ୍ଜେକ୍ସନ ଜବତ: 2 ଗିରଫ
- Hits: 521








