ଝାରବନ୍ଧ -ମନୋହର ଦାଶ-: ସ୍ଥାନୀୟ ରାଜିବ ଭବନ ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ର ମାଁ ଓ ଭଉଣୀ ମାନଙ୍କ ପାଇଁ , "ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକାର୍ଜନ" ଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୩୦ ଜଣ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ଲେଖାଏଁ ଚିଆଁ ବଣ୍ଟନ କରିଥିଲେ କରିବା ସହିତ ଆଶା ଓ ବିଶ୍ୱାସ ଯେ, ଏହାଦ୍ୱାରା ହିତାଧିକାରୀ ମା ଓ ଭଉଣୀ ମାନେ ସାମାନ୍ୟ ପରିଶ୍ରମରେ ନିଜର ଆର୍ଥିକ ଅବସ୍ଥା କୁ ଅନେକ ମାତ୍ରାରେ ସୁଦୃଢ଼ କରି ପାରିବେ ଓ ନିଶ୍ଚିତ ଭାବରେ ଲାଭବାନ ହେବେ ବୋଲି କହିଥିଲେ ।
ପଦ୍ମପୁର ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସୁଜିତ୍ କୁମାର ଶତପଥୀ, ଝାରବନ୍ଧ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସମୀର ଖମାରୀ ଯୋଗଦେଇ କୁକୁଡା ପାଳନ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ l ସିଆର୍ପି, ଏମ୍.ବି.କେ ଏବଂ ଏସ୍.ଏଚ୍.ଜି ମେମ୍ବର ଉପସ୍ଥିତ ଥିଲେ l
ରାଜ୍ୟ
ଝାରବନ୍ଧ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ "ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ" କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 711








