ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାସୁଦେବପୁର ପୌର ପରିଷଦ ରେ ଥିବା ସାଇ ସେବା ସଂଗଠନ ର ବାସୁଦେବପୁର ସାଇ ମନ୍ଦିର ପରିସରରେ ଏକ ପ୍ରେମ ସଂଜିବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠନର ମୂଳ ଲକ୍ଷ ଗରିବ ଲୋକ ଟିକୁ ଡାକ୍ତରଖାନାରେ ଥିବା ବେଳେ କିପରି ରକ୍ତ ନ ପାଇ ହଇରାଣ ହେଉଛି । ସେ କିପରି ସୁବିଧାରେ ରକ୍ତ ପାଇ ପାରିବ । ଶିବିର ଟିକୁ ଏସ ଡି ପି ଓ ସୌରଭ ଓ ଟା, ବ୍ଲଡ଼ ବ୍ୟାଙ୍କ ଭଦ୍ରକ ମୁଖ୍ୟ ଶରତ ଆଚାର୍ଯ୍ୟ, ବିଷ୍ଣୁ ମୋହନ ନାୟକ ରାଜ୍ୟ ଗ୍ରାମ ସଭା ସଂଯୋଜକ, ସ୍ମୃତି ରଞ୍ଜନ ପଳିତା ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟ ରେ ଅଧ୍ୟାପକ ବସନ୍ତ ଦାସ, ଉଦୟ ନାଥ ପଣ୍ଡା , ରମାକାନ୍ତ ଦାସ, ଦିବ୍ୟ ସୁନ୍ଦର ଅଗସ୍ତି, ସୁଧାକର ସନ୍ଧିବିଗ୍ରହଃ ଉପସ୍ଥିତ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ମହିଳା, ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବେଶି ମାତ୍ରାରେ ରକ୍ତଦାନ କରିଥିବା ରେ ଦେଖିବାକୁ ମିଳିଛି ।
ରାଜ୍ୟ
ରକ୍ତ ଦାନ ଶିବିର ଅନୁଷ୍ଠିତ
- Hits: 194








