ହେଡଲାଇନସ୍:

ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ସଭା ଓ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ଓ ହିନ୍ଦୁ ସଂସ୍କୃତିକୁ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପୁରୋହିତ ଶ୍ରୀ ଧର୍ମାନନ୍ଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆବାଳବୃଦ୍ଧବନିତା ଯୋଗ ଦେଇଥିଲେ । ଶ୍ରୀମଦ୍ ଭାଗବତ ପାଠ ପ୍ରଚାର ସଂସ୍କୃତି, ଓଡ଼ିଶା ସଂଘ ଏହି କାର୍ଯ୍ୟକ୍ରମର ଆୟୋଜକ ଥିବାବେଳେ ବିଭିନ୍ନ ଜିଲ୍ଲାର ପ୍ରଚାରକ ଏକତ୍ରିତ ହୋଇଥିଲେ । ପୂର୍ବାହ୍ନ ୧୦ ଘଟିକା ସମୟରେ ଗ୍ରାମର ମା' ମଙ୍ଗଳା ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ବାହାରି ସମ୍ପୁର୍ଣ୍ଣ ଗ୍ରାମ ପରିଭ୍ରମଣ କରାଯାଇଥିଲା । ପରିଭ୍ରମଣ ଶେଷରେ ଗ୍ରାମର ମଝି ଦାଣ୍ଡ ସ୍ଥିତ ଭାଗବତଜୀଉ ମନ୍ଦିର ପାଖ ଯଜ୍ଞ ମଣ୍ଡପରେ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରୁ ସମସ୍ତ ଅତିଥିମାନଙ୍କ ଆତିଥ୍ୟସେବା ଓ ସାମୂହିକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସାମୂହିକ ସ୍ତୁତି ବେଦ ପାଠ ଓ ଶ୍ରୀମଦ ଭାଗବତ ଗୀତା ପଞ୍ଚଦଶ ଅଧ୍ୟାୟ ପଠନ । ଭକ୍ତି ନୈବେଦ୍ୟ ଅର୍ପଣ ସହିତ ବ୍ୟାସ ଓ ସହଯୋଗୀ ମାନଙ୍କ ଦ୍ଵାରା ଭାଗବତ ଗୀତା ପାଠ ଓ ଆଲୋଚନା । ସଂଘର ରାଜ୍ୟ ସଭାପତି ତଥା ବ୍ୟାସ ପଣ୍ଡିତ ଶ୍ରୀ ବିଶ୍ବମ୍ବର ରଥ, ଉପସଭାପତି ପଣ୍ଡିତ ଶ୍ରୀ କାହ୍ନୁଚରଣ ଦାଶ, ସମ୍ପାଦକ ଓ ସଂଯୋଜକ କୁନାଚନ୍ଦ୍ର ତ୍ରିପାଠୀ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ସୁଶାନ୍ତଭୁଷଣ ସ୍ବାଇଁ ନିଜର ବକ୍ତବ୍ୟ ପ୍ରଦାନ କରିବା ପରେ ସଭା ଭଙ୍ଗ ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଯାଜପୁର ଜିଲ୍ଲା ହାତିବାରୀ ଗ୍ରାମର ବରିଷ୍ଠ ଧର୍ମ ପ୍ରଚାରକ ଶ୍ରୀ ବିଶ୍ଵନାଥ ବେହେରା ଯୋଗ ଦେଇ ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପଣ୍ଡିତ ଶ୍ରୀ ଧର୍ମାନନ୍ଦ ମିଶ୍ରଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ରସୁଲପୁର ବ୍ଲକ ସଭାପତି ପଣ୍ଡିତ ଶ୍ରୀ ବିଶ୍ବଜିତ୍ ପଣ୍ଡା, ସହ ସମ୍ପାଦକ ପଣ୍ଡିତ ଶ୍ରୀ ନୀଳମାଧବ ରଥ, ବରିଷ୍ଠ ଧର୍ମ ପ୍ରଚାରକ ପଣ୍ଡିତ ଶ୍ରୀ ବିଜୟକେତନ ପଣ୍ଡା, ବିକ୍ରମ କେଶରୀ ପଣ୍ଡା, ପଣ୍ଡିତ ଶ୍ରୀ ଶରତଚନ୍ଦ୍ର ପଣ୍ଡା, ପଣ୍ଡିତ ଶ୍ରୀ ଦୁର୍ଗାଦତ୍ତ ପଣ୍ଡା, ରାଜୁ ପଣ୍ଡା ଓ ସୁଦର୍ଶନ କର ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault