ସାଲେଭଟାରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ଏକ ପ୍ରସ୍ତୁତି ବୈଠକ ତା 5/8/2023 ରେ ଡୁଡୁକା ସ୍ଥିତ ବ୍ଲକ ପରିସର ମଧ୍ୟରେ ସଂଘ ସଭାପତି ଶ୍ରୀଯୁକ୍ତ ଜୟ ରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ପ୍ରଥମେ ଗତ ଶିକ୍ଷା ଵର୍ଷ ରେ ବ୍ଲକ ସଂଘ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକର ବାର୍ଷିକ ବିବରଣୀ କୁ ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ଦାଶ ପାଠ କରିଥିଲେ | ପରେ ବ୍ଲକରେ ନୂତନ ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଙ୍କୁ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଆସନ୍ତା ଷୋହଳ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ କରାଯାଇଛି | ବୈଠକରେ ତିନିଟି ଦାବି ଉପରେ ନିଷ୍ପତି ନିଆଯାଇଛି | ଦାବି ଗୁଡିକ ପୂରଣ ନ ହେଲେ ଆନ୍ଦୋଳନ ନିଶ୍ଚିତ ବୋଲି ସଂଘ ପକ୍ଷରୁ କୁହାଯାଇଛି |ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ତ୍ରିପାଠି, ନୀଳକଣ୍ଠ ନନ୍ଦ, ସଦା ନନ୍ଦ ଭୁଏ, ପ୍ରଦୀପ କୁମାର ବହିଦାର, ସୁମନ୍ତ ବିଶ୍ୱାଳ, ପ୍ରଦୀପ ମହାନନ୍ଦ, ସରୋଜ କୁମ୍ଭାର, ବାବୁଲାଲ ସାହୁ, ନିରଞ୍ଜନ ପଧାନ, ମୁରା୍ରୀଧର ବାବୁ, ଶମ୍ଭୁ ନାଥ ଧଳ , କବିତା ବାଗ, ବିଦ୍ୟାପତି ମିଶ୍ର, ସୁଲଭ ଗଡ଼ତ୍ୟା, ପ୍ରମୋଦ କୁମାର ମହାନନ୍ଦ, ସୁଦନ ମେହେର ସହଦେବ ପଟ୍ଟନାୟକ ଆଦି ଯୋଗଦାନ କରିଥିଲେ |
ସେମାନଙ୍କ ଦାବି ଗୁଡିକ ହେଲା ମୁଖ୍ୟ ମନ୍ତ୍ରୀ ରାଜ୍ୟ ରେ ଠିକା ପ୍ରଥା ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷ୍ୟା ବିଭାଗ ରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷ୍ୟା କର୍ମୀ ଓ ଶିକ୍ଷ୍ୟା ସାହାୟକ ଙ୍କ ଠିକା କାର୍ଯ୍ୟକାଳକୁ ନୋ ସ ନାଳ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରାଯାଉ ତଥା ବିଦ୍ୟାଲଳୟରେ ଥିବା ଗଣ ଶିକ୍ଷକ, କଲା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା ଦିଆଯାଉ |
ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷ୍ୟା ନୀତି କୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରାଇଥିବାରୁ ତଥା ମୂଳ ପଦବୀର ଯୋଗ୍ୟତାରେ ପରିବର୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷ୍ୟୟିତ୍ରୀ ମାନଙ୍କର ମୂଳ ବେତନ ଲେବୁଲ ନଅ କେନ୍ଦ୍ରୀୟ ହାରରେ ଗ୍ରେଡ଼ ପେ ଚାରି ହଜାର ଦୁଇ ଶହ କରାଯାଉ ଓ ତିନି ନମ୍ବର ଦାବି ହେଲା ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନକୁ ପୁନଃପ୍ରଚଳନ କରାଯାଉ |








