ରାଉରକେଲା (ବସନ୍ତ କୁମାର ଜେନା) : ରାଉରକେଲା ଅବକାରୀ ବିଭାଗ ଓ ରେଳବାଇ ପୋଲିସ ଫୋର୍ସ ମିଳିତ ଭାବରେ ଷ୍ଟେସନ ବାହାରେ ଚଢ଼ଉ କରି ଜନୈକ ଯୁବକଙ୍କୁ ଅଟକାଇବା ସହ ତାଙ୍କ ବ୍ୟାଗରୁ ୧୪ କେଜି ୨୮୬ ଗ୍ରାମ ଗଞ୍ଜେଇ ଜବତ କରିଛି । ତାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ପାଖାପାଖି ହେବ । ଆଜି ଅବକାରୀ ବିଭାଗ ରେଳବାଇ ଷ୍ଟେସନ ନିକଟରେ ପେଟ୍ରୋଲିଂ କରୁ ଥିବାବେଳେ ସନ୍ଦେହ ଆଧାରରେ ଜନୈକ ଯୁବକକୁ ଅଟକାଇଥିଲେ । ସେ ଧରିଥିବା ବ୍ୟାଗକୁ ଭଲଭାବେ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବାର ଜଣାପଡିଥିଲା । ଉକ୍ତ ବ୍ୟକ୍ତି ବିହାର ରାଜ୍ୟର ଚମ୍ପାବନ ସ୍ଥିତ ଠେକରା ଗ୍ରାମର ଶ୍ରୀ ଓମ୍ ନିସାର (୧୯) ବୋଲି ଜଣାପଡିଥିଲା। ବ୍ୟାଗରୁ ୧୪ କେଜି ୨୮୬ ଗ୍ରାମ ଗଞ୍ଜେଇ ଜବତ ସହ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ପୋଲିଶ। ଏହି ଯୁବକ ଓଡ଼ିଶାରୁ ବିହାର ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରିବାର ଅଭିଯୋଗ ରହିଛି । ଯୁବକଙ୍କୁ ଗିରଫ କରି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ଏ ବାବଦରେ ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗତ କିଛି ମାସ ହେବ ରାଉରକେଲା ଅବକାରୀ ବିଭାଗ ଓ ରେଲବାଇ ପୋଲିସ ଫୋର୍ସ ମିଳିତ ଭାବରେ ଷ୍ଟେସନ ପରିସରରେ ବାରମ୍ବାର ଚଢ଼ାଉ କରି ବେଆଇନ ଭାବରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରୁଛନ୍ତି ।
ରାଜ୍ୟ
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଚଉଦ କେଜି ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ସହ ଜଣେ ଗିରଫ
- Hits: 211








