ହେଡଲାଇନସ୍:

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆତ୍ମରକ୍ଷା କୌଶଳ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ୟମ ଶିବିର ଅନୁଷ୍ଠିତ....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା,ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସ ଭବନ ପରିସରରେ ଏକ ସମୟୋପଯୋଗି, ତଥା ଉପାଦେୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ ପୈ।ରହିତ୍ୟତା କରି ଥିଲେ। ଅନୁଷ୍ଠାନର ସାମାଜିକ ଦାୟିତ୍ଵ ନିର୍ବାହ ପୂର୍ବକ ଏଭଳି ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରି ସମସ୍ତଙ୍କ ପାଖରେ କିଛି ଆତ୍ମରକ୍ଷା ଉପାୟ ପ୍ରଦର୍ଶନ କରା ଯାଇଥିଲା।
ନିମନ୍ତ୍ରିତ ଅତିଥି ରାଉରକେଲାର ଗର୍ବ,ଲିମକା ବୁକ୍ସର ରେକର୍ଡ଼ ଧାରୀ ଆନ୍ତର୍ଜାତୀୟ ସ୍କୁବା ଡାଇଭର ଡଃ ସବୀର ବକ୍ସ ଏଭଳି ଶିକ୍ଷଣୀୟ ଶିବିର ଆୟୋଜନ କରି ସମସ୍ତଙ୍କ ପାଖରେ କିଛି ଆତ୍ମରକ୍ଷା କୌଶଳ ପହଞ୍ଚାଇବାକୁ ଚାହାନ୍ତି ବୋଲି କହିଥିଲେ। କିଭଳି ଭାବେ ଜଳରେ ଭାସିଯାଉଥିବା ବା ବୁଡିଯାଇଥିବା ଲୋକକୁ ବଞ୍ଚାଇ ପାରିବା ସେ ସବୁର ଉପାୟ ପ୍ରଦର୍ଶନ କରିଥିଲେ। ବିପର୍ଯ୍ୟୟ ସମୟରେ କେମିତି ମୁକାବିଲା କରିବା ତା ଉପରେ କିଛି କଥା ଓ ଅନୁଭୁତି ପ୍ରଦାନ କରିଥିଲେ।
ଏମିତି କିଛି ଜ୍ଞାନ ଓ କୌଶଳ ମାଧ୍ୟମରେ ଓଡ଼ିଆ ପିଲାମାନେ ଅଲମ୍ପିକ୍ସ ଖେଳ ଭଳି ବଡ ବଡ ଇଭେଣ୍ଟ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ସେ ସେମାନଙ୍କ ପାଇଁ ସମୟ ବିନିଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସେବା ନିବୃତ ନୌସେନା ମାର୍କୋସ କମାଣ୍ଡୋ ପୀତବାସ ସାସ୍ମଲ ଏମିତି ଏକ ଶିବିରର ଆୟୋଜନ ଉଦ୍ୟମକୁ ପ୍ରଶଂସା କରିବା ସହ ନିଜର କିଛି ଅନୁଭୁତି ପ୍ରଦାନ କରିଥିଲେ। ସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିବା ପିଲାଙ୍କ ପାଇଁ ଉଦ୍ଦିଷ୍ଟ କିଛି ଉପାୟ ପ୍ରଦର୍ଶନ କରିଥିଲେ । ଯଦି ସୁବର୍ଣ୍ଣରେଖା ଅନୁଷ୍ଠାନ ତରଫରୁ ତାଲିମ କେନ୍ଦ୍ର ଖୋଲାଯାଇ କିଛି ନୂଆ ସମ୍ଭାବନା ସୃଷ୍ଟି କରାଯିବ ସେ ସେଥିରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। ଡି ଏ ଭି ପୋଖରୀ ବିକାଶ ଓ ପରିଚାଳନା ଏଜେନ୍ସିର ସତ୍ଵାଧିକାରୀ ଅନାଦି ଚରଣ ନାଥ ଏହି ଶିବିର ସମ୍ପର୍କରେ କିଛି ଉପାଦେୟ ଓ ଦ୍ରୁଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ସାହାଯ୍ୟ ର ପ୍ରତିଶୃତି ଦେଇଥିଲେ।
ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।
ସ୍ବତନ୍ତ୍ର ଆମନ୍ତ୍ରିତ ପ୍ରତିନିଧି ବିଜୟ କୁମାର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି ଶିବିରର ସଫଳ ଆୟୋଜନ ପାଇଁ ଉପସଭାପତି ବନବିହାରୀ ରଣା, ଅଜିତ ମହାପାତ୍ର, ଉପଦେଷ୍ଟା କମିଟିର ପରମେଶ୍ବର ମହାରଣା, କମଳାକାନ୍ତ ପ୍ରଧାନ, ଅରକ୍ଷିତ ଆଦକ, ବାଲୁ କିଶୋର ପାତ୍ର,କନକଲତା ଜେନା,ରାଜୀବ ପାତ୍ର, ଛବିରାଣୀ ପ୍ରଧାନ, ସୁବ୍ରତ କୁମାର ଜେନା, ଶ୍ରୀକାନ୍ତ ଦାସ,ଅସୀମ ଦାସ୍, ରାଧା କୃଷ୍ଣ ଦଳପତି , ସସ୍ମିତା ମଣ୍ଡଳ, ଚିତ୍ତରଞ୍ଜନ ବାରିକ୍ ନିଜର ବହୁ ମୂଲ୍ୟ ସମୟ ବିନିଯୋଗ କରିଥିଲେ।
ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା କାର୍ଯ୍ୟକ୍ରମ ର ଉପାଦେୟତା ଓ ଏହାର ସୁଦୂର ପ୍ରସାରୀ ସଫଳତା କାମନା କରିଥିଲେ ।

0
0
0
s2sdefault