ପଦ୍ମପୁର :- ସ୍ଥାନୀୟ ନୂଆପଡ଼ା (ବଡ଼ପଡ଼ା ) ଠାରେ ନୂଆପଡ଼ା କ୍ରିକେଟ କ୍ଲବ ଆନୁକୂଲ୍ଯରେ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କେରେମ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ୪୦ ଗୋଟି ଦଳ କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର, ରାଉରକେଲା, ତାଲମୁଣ୍ଡା, ଝାରସୁଗୁଡ଼ା ପ୍ରଭୃତି ସହରରୁ ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବିଜେଡି ଜୋନ୍ ସମ୍ପାଦକ ହରିଶଙ୍କର ଅଗ୍ରୱାଲ, କାଉନ୍ସିଲର କବିତା ସେଠ ଉପସ୍ଥିତ ଥିଲେ l
ସରଜୁ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କମଳ, ନରେଶ, ନାରାୟଣ, ଦେବରାଜ, ହରି, ଆଲୋକ, ସଂଜୀବ, ଚୂଡ଼ାମଣି ଓ ଅଜିତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l
ରାଜ୍ୟ
ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କେରେମ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ : ଉଦଘାଟନ କଲେ ବିଧାୟିକା
- Hits: 599











