ହେଡଲାଇନସ୍:

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଅଗଷ୍ଟ ୦୫ : ସ୍ତନ୍ୟପାନ ଶିଶୁ ପାଇଁ ସବୁଠାରୁ ଉପକାରୀ । ଏହାର ମହତ୍ୱ ଦର୍ଶାଇବା ନିମନ୍ତେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।
ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ସର ଭୁବନେଶ୍ୱର ଶାଖା ଓ ସମ୍ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ କଂଟିନୁ୍ୟଇଙ୍ଗ୍ ମେଡିକାଲ୍ ଏଜୁକେସନ୍ ( ସିଏମ୍ଇ) କାର୍ଯ୍ୟକ୍ରମରେ ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଧଶକ ଡ. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଏପି ଭୁବନେଶ୍ୱର ଶାଖାର ସଭାପତି ଡ. ଆଶୁତୋଷ ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡ.) ମମତାଦେବୀ ମହାନ୍ତି, ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡ.) ଦେବାଶିଷ ନନ୍ଦ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡ) ମନୀଷା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ।
ସେହିପରି ନବଜାତ ଶିଶୁରୋଗ ବିଭାଗର ଆସୋସିଏଟ ପ୍ରଫେସର (ଡ) ବିଜୟ କୁମାର, ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର (ଡ) ସତ୍ୟଭାମା ମାରାଣ୍ଡି, ଶିଶୁରୋଗ ବିଭାଗର ପ୍ରଫେସର (ଡ) ପ୍ରଶାନ୍ତ କୁମାର ସାବତ ପ୍ରମୁଖ ସ୍ତନ୍ୟପାନ ସମ୍ପର୍କିତ ବିଭିନ୍ନ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ ।
ଶିଶୁରୋଗ ବିଭାଗର ପୋଷ୍ଟ ଗାଜୁଏଟ୍ ଛାତ୍ରଛାତ୍ରୀ ଓ ଇଂଟର୍ଣ୍ଣମାନଙ୍କ ଦ୍ୱାରା ସ୍ତନ୍ୟପାନର ଉପଯୋଗିତା ସମ୍ପର୍କିତ ଏକ ନାଟକ ପରିବେଷଣ କରାଯାଇଥିଲା ।
ଶେଷରେ ଶିଶୁରୋଗ ବିଭାଗର ପ୍ରଫେସର (ଡ) ଅନୁସ୍ପନ୍ଦନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault