ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦନ ଲାଭ କରିଥିବା "ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ସହାୟତା ପ୍ରଦାନ ସଂପର୍କରେ ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ କୁମାର ଲୋହାନୀ ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟରେ କାର୍ଯ୍ୟକ୍ଷମ ୩୯ଟି ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷମାନେ ଯୋଗ ଦେଇଥିଲେ ।
ବୈଠକରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ଗରିବ ତଥା ନିମ୍ନ ଓ ନିମ୍ନ ମଧ୍ୟବିକ ପରିବାରଙ୍କୁ ଜଣ ସହାୟତା ପ୍ରଦାନ ଜରିଆରେ ପନ୍ଥାଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ଵପୂର୍ଣ୍ଣ ନିଶ୍ବର ନେଇ "ମୋ ଘର" ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତରଫରୁ ହିତାଧିକାରୀଙ୍କୁ ଗୃହରଣ ବାବଦରେ ସବସିଡି ପ୍ରଦାନର ବ୍ୟବସ୍ଥା ରହିଛି । ବ୍ୟାଙ୍କ ତରଫରୁ ହିତାଧିକାରୀମାନଙ୍କୁ ଋଣ ପ୍ରଦାନରେ ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ |
କିନ୍ତୁ ଗୃହ ନିର୍ମାଣ କରିବାକୁ ଇଚ୍ଛୁକ ଯୋଗ୍ୟ ଆବେଦନକାରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଆତ୍ମା ନିରୀକ୍ଷଣ କରିବା ସହ ହିତାକାରୀମାନଙ୍କୁ ସହାୟତା କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ ।
ବୈଠକରୁ ଜଣାଯାଇଛି ଯେ ଶୁକ୍ରବାର ସୁଦ୍ଧା ବିଭିନ୍ନ ବିଭିନ୍ନ ପଂଚାୟତ ସମିତି ସ୍ତରରେ ୨ ଲକ୍ଷ ୭୬ ହଜାର ୨୫୦ ଟି ଆବେଦନ ଗ୍ରହଣ କରାଯାଇଛି । ଦରଖାସ୍ତ ଗ୍ରହଣ ପରେ ଋଣ ମଞ୍ଜୁର ପାଇଁ ପ୍ରାଥମିକ ଆବଶ୍ୟକତା ରହିଥିବା ବ୍ୟାଙ୍କମାନଙ୍କ ଦ୍ବାରା ସେସବୁର ଯାଚ, କ୍ଷେତ୍ର ପରିଦର୍ଶନ ଓ ଆଇନ୍ ପରାମର୍ଶ ଦାତାଙ୍କଠାରୁ ମତ ସଂଗ୍ରହ କରିବା ପ୍ରକ୍ରିୟାର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା ।
ଯୋଜନାର କାର୍ଯ୍ୟାନ୍ଵୟନ ସଂପର୍କରେ ବ୍ୟାଙ୍କମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ବ୍ୟାଙ୍କମାନେ ଆବଶ୍ୟକ କଲେ ଆବେଦନକାରୀଙ୍କ ଦରଖାସ୍ତକୁ ଯାଞ୍ଚ ଓ ପ୍ରୋସେସିଂ" କାର୍ଯ୍ୟରେ ସହାୟତା ପାଇଁ ସଂପୃକ୍ତ ବ୍ଲକ କର୍ତ୍ତୃପକ୍ଷମାନେ ସହାୟତା ପ୍ରଦାନ କରିବେ । ଯେଉଁ ବ୍ୟାଙ୍କ ମୁଖ୍ୟମାନେ ଅଦ୍ୟାବଧୂ ସେମାନଙ୍କ ଅଧୀନସ୍ଥ ଶାଖା ବ୍ୟାଙ୍କକୁ "ମୋ ଘର” ଗାଇଡ ଲାଇନ୍ ପ୍ରେରଣ କରିନାହାଁନ୍ତି, ସେମାନେ ଯଥାଶୀଘ୍ର ତାହା ପ୍ରେରଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ବ୍ରାଞ୍ଚ ମ୍ୟାନେଜରମାନେ ଆବଶ୍ୟକ ଥିବା ବ୍ୟାଙ୍କ ସଂପର୍କିତ ଆଇଟି ପ୍ଲାଟଫର୍ମରେ ଆଇ.ଏଚ୍ (ରୁରାଲ ହାଉସିଂ") ପୋର୍ଟାଳକୁ ଅପଡେଟ୍ (ଅନ୍ୟତନ) କରିବାକୁ କୁହାଯାଇଛି, ଯାହାକି ସେମାନଙ୍କ ପାଇଁ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜାଣିବାକୁ ସୁବିଧା ହେବ । ବିଭିନ୍ନ ବ୍ୟାଙ୍କକୁ ସେମାନଙ୍କଦ୍ବାରା ଗୃହ ଋଣ ମଂଜୁର ହେବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ୧୫ ଦିନ ମଧ୍ୟରେ 'ମୋ ଘର' ଯୋଜନା ସଂପର୍କିତ ପ୍ରଡକ୍ଟ କୋଡ୍ ସମସ୍ତ ଶାଖାକୁ ପ୍ରେରଣ କରିବାକୁ ମୁଖ୍ୟ ଶାସନ ସଚିବ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ଶାଖାମାନଙ୍କରେ ରହିଥିବା ବିଭିନ୍ନ ଅନୁସନ୍ଧାନକୁ ଦୂର କରିବା ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀ (ଫିଲ୍ମ ଅଫିସର) ମାନେ ଏ ଦିଗରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।











