ହେଡଲାଇନସ୍:

ଦିତୀୟ ଦିନରେ ମୈତ୍ରୀ କମ୍ପାନୀକୁ ସୁଙ୍ଗେର ଗ୍ରାମରେ ସମର୍ଥନ ଓ ସ୍ୱାଗତ ସମ୍ବର୍ଦ୍ଧନା !!!

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଅନେକ ବାଦବିବାଦ ମଧ୍ୟରେ ମୈତ୍ରୀ କମ୍ପାନୀ ସ୍ୱାଗତଂ ଧ୍ୱନୀରେ କମ୍ପାଇଲେ ସୁଙ୍ଗେର ଅଞ୍ଚଳ ବାସୀ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ତିଜମାଳି,କୁଡ଼ରୁଙ୍ଗ ମାଳି ପର୍ବତର ଖଣି ଖନନ ପାଇଁ ସ୍ଥିତି ନିୟନ୍ତ୍ରଣ ସକାଶେ ମୈତ୍ରୀ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀ ପ୍ରଚେଷ୍ଟା କରୁଥିବା ବେଳେ ତା ୪/୮/୨୦୨୩ ରିଖ ଶୁକ୍ରବାର ଦିନ ପ୍ରଥମ କରି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ ସୁଙ୍ଗେର ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ପୁଣି ଦିତୀୟ ଦିନ ଶନିବାରରେ ସୁଙ୍ଗେର ଅଞ୍ଚଳବାସୀ ମୈତ୍ରୀ କମ୍ପାନୀକୁ ସୁଙ୍ଗେର ଅଞ୍ଚଳକୁ ଆମନ୍ତ୍ରଣ କରିଥିବାର ଦେଖିବାକୁ ମିଳିଥିଲା ।ମୈତ୍ରୀ ମାଲିକ ଶ୍ରୀନିବାସ ରାଓ,କମ୍ପାନୀ CEO ଏନ ସତ୍ୟନାରାୟଣ ଓ କମ୍ପାନୀ କତ୍ତୃପକ୍ଷ ସୁଙ୍ଗେର ପଞ୍ଚାୟତ ଅଭିମୁଖେ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା । ଏହି ସ୍ଥିଥିରେ କିଛି ଗୋଷ୍ଠୀ ମୈତ୍ରୀ ର ଉପସ୍ଥିତକୁ ନାପସନ୍ଦ କରିଥିବା ବେଳେ ଅନ୍ୟ କିଛି ଗୋଷ୍ଠୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ସୁଙ୍ଗେର, ସାଗବରୀ, ବନ୍ତୀଜ ଗ୍ରାମ ଓ ଅଡାଜୋର ଏବଂ ସିନ୍ଧୁର ଘାଟି ଭଳି ତିନି ଖଣ୍ଡ ପଞ୍ଚାୟତର ଶତାଧିକ ଲୋକେ ମୈତ୍ରୀ କମ୍ପାନୀ କତ୍ତୃପକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସୁଙ୍ଗେର ଗ୍ରାମ ମୁଖ୍ୟ ସଡକ ଠାରେ ଅଞ୍ଚଳବାସୀ ମୈତ୍ରୀ କମ୍ପାନୀ ସ୍ୱାଗତଂ ସ୍ୱାଗତଂ ର ଅଭିବାଦନ ରେ ପ୍ରକମ୍ପାଇଥିଲେ ।

ମୁଖ୍ୟ ବିଷୟ ହେଲା ଅନ୍ୟଏକ ଗୋଷ୍ଠୀ ମୈତ୍ରୀ କମ୍ପାନୀର ଉପସ୍ଥିତିକୁ କେନ୍ଦ୍ର କରି ବିରୋଧ କରି ଆସୁଥିବା ବେଳେ ଉପସ୍ଥିତ ଜନସାଧାରଣ ମୈତ୍ରୀ କର୍ତ୍ତୃପକ୍ଷଙ୍କୁ ପାରମ୍ପରିକ ରୀତିନୀତି ରେ ଫୁଲ ଚାଉଳ ଟୀକା କରି ସ୍ୱାଗତ ସମ୍ବର୍ଦ୍ଧନା କରୁଥିବା ଜାରି ରହିଛି ।ଏହି ପରିପ୍ରେକ୍ଷୀରେ କମ୍ପାନୀ କର୍ତ୍ତୃପକ୍ଷ ସୁଙ୍ଗେର ସରପଞ୍ଚ ଶ୍ରୀମତୀ ଶ୍ରମିଳା ମାଝୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

0
0
0
s2sdefault