ହେଡଲାଇନସ୍:

ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମଡେଲ ଡିଗ୍ରୀ କଲେଜ,ନୟାଗଡ଼ଠାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ଼ର ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ମିସ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ସୁନୀଲ କୁମାର ମଲ୍ଲିକ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ୧୦୧ୟୁନିଟ୍ ରକ୍ତ ଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସରୋଜ କୁମାର ରଣ ସିଂହ, ପରିଚାଳନା ସମିତି ସଭାପତି ଶ୍ରୀ ପଞ୍ଚାନନ ଡାକୁଆ, ପରିଚାଳନା ସମିତି ସଭ୍ୟ ଶ୍ରୀ ପବିତ୍ର ବେହେରା, ସାମ୍ବାଦିକ ଶ୍ରୀ ଶୁଭେନ୍ଦୁ କୁମାର ଦାସ, ଶ୍ରୀ ଗୈ।ର ମୋହନ ସାହୁ, ଡକ୍ଟର ଜ୍ୟୋତ୍ସ୍ନା ରାଣୀ କର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀମାନେ ରକ୍ତଦାନ ଶିବିରକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।

0
0
0
s2sdefault