ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ବିଧିବଦ୍ଧ ରୂପେ ଯୋଗଦାନ କରିଛନ୍ତି । ଫଳରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଖାଲିଥିବା ଏହି ପଦବୀ ପୂରଣ ହୋଇ ପାରିଛି । ପୂର୍ବରୁ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ନୟାଗଡ଼ ବ୍ଲକ ଦାୟିତ୍ୱରେ ରହିଥିଲେ । ନୂତନ ବିଇଓଙ୍କ ଯୋଗଦାନ ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷକନେତା ସନ୍ତୋଷ ସାହୁ,ଲକ୍ଷ୍ମୀଧର ସାହୁ,ସଂଗ୍ରାମ ସାହୁ,ଉମେଶ ସ୍ୱାଇଁ,ରବିନ୍ଦ୍ର ସାହୁ,ଭଗବାନ ପଣ୍ଡା,ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ପ୍ରମୁଖ ନୁତନ ବିଇଓଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ତରରେ ନୂତନ ବିଇଓ ଶିକ୍ଷମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଶିକ୍ଷକମାନେ ଶିକ୍ଷାଦାନ ପ୍ରତି ସମ୍ବେଦନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ ନୂତନ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଧାନ ପୂର୍ବରୁ ନୟାଗଡ଼ ବ୍ଲକ ଅନ୍ତର୍ଗତ ଆଙ୍କୁଲାଇ ହାଇସ୍କୁଲ,ମାନଧାତାପୁରର ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ ।
ରାଜ୍ୟ
ନୂତନ ବ୍ଳକ ଶିକ୍ଷାଧିକାରୀଙ୍କ ଯୋଗଦାନ,ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
- Hits: 235








