ଜିରୋ ଡ୍ରପ ଆଉଟ ଓ କ୍ୱାଲିଟି ଏଜୁକେସନକୁ ପ୍ରାଥମିକତା : ଶ୍ରୀଯୁକ୍ତ ପାଠି
ସାଲେଭଟା/ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଶ୍ରୀଯୁକ୍ତ ଦିଲୀପ ପାଠି ଗତକାଲି ତା 4/8/2023 ରେ ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟରେ ଯୋଗଦାନ କରିଥିବା ଜଣାଯାଇଛି | ଆଗଲପୁର ବ୍ଲକର ଉକ୍ତ ପଦବୀ ଟି ଦୀର୍ଘ ମାସ ହେଲା ଖାଲି ପଡିଥିଲା | ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ରିନା କୁମାରୀ ବେହେରା ନିଜ ପଦବୀ ସହ ଆଗଲପୁର ବ୍ଲକର ଅତିରିକ୍ତ ଦାୟିତ୍ୱ ତୁଳାଉଥିଲେ | ଶ୍ରୀଯୁକ୍ତ ପାଠୀ ଏହି ବ୍ଲକ ଅଧୀନ ଭାରଷୁଜା ଗାଁ ସ୍ଥିତ ଛେଲିଆପାଟ ହାଇସ୍କୁଲରେ ଲଗାତାର 29 ବର୍ଷ ପ୍ରଧାନଶିକ୍ଷକ ଥିଲେ | ସେ 2015ରେ ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲେ | ପଦୋନ୍ନତି ପାଇ ଉକ୍ତ ପଦବୀରେ ଯୋଗଦାନ କରିଛନ୍ତି | ଏହି ଅବସରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ଉକ୍ତ ପଦବୀ ପାଇ ଖୁବ ଖୁସି ଅଟନ୍ତି | ସେ ଏହି ଆଗଲପୁର ବ୍ଲକର ଅଟନ୍ତି | ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଆଗଲପୁର ବ୍ଲକ କୁ ଶିକ୍ଷାରେ ବଲାଙ୍ଗୀର ଜିଲ୍ଲାରେ ଏକ ନମ୍ବର କରିବାକୁ ଚେଷ୍ଟା କରିବେ| ଜିରୋ ଡ୍ରପ ଆଉଟ ଓ କ୍ୱାଲିଟି ଏଜୁକେସନକୁ ପ୍ରାଧାନ୍ୟ ଦେବେ | ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ସାହୁ ଏବଂ ସମସ୍ତ କର୍ମଚାରି ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ |
ଶ୍ରୀଯୁକ୍ତ ପାଠି 2006ରେ ପ୍ରକୃତି ମିତ୍ର ପୁରସ୍କାର,2014ରେ ରେଡ କ୍ରସ ଭୁବନେଶ୍ୱର ରୁ ଶିକ୍ଷକ ସମ୍ମାନ ପାଇଛନ୍ତି | ତାଙ୍କ ନିଜ ଗାଁ ଭର ସୁଜା ଠାରୁ ମାତ୍ର ଏକ କିମି ଦୂର ତାଙ୍କର ଅବସର ନେବାକୁ ଆଉ ଛ ମାସ ବାକି ରହିଲା | ତେବେ ଏଇ ଛ ମାସ ତାଙ୍କ ପାଇଁ ଚେଲେଞ୍ଜ ବୋଲି ଶ୍ରୀଯୁକ୍ତ ପାଠି କହିଛନ୍ତି |








