ପଦ୍ମପୁର :- ରାଜ୍ୟର ମା , ଭଉଣୀ ମାନଙ୍କୁ ଆର୍ଥିକ ଭାବରେ ଆତ୍ମ ନିର୍ଭର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଯୋଜନା ବିଭିନ୍ନ ବିଭାଗ ଦ୍ଵାରା , ତୃଣମୂଳ ସ୍ତରରେ କାର୍ଯ୍ଯକାରୀ ହେଉଛି । ଏହିକ୍ରମରେ ରାଜ୍ୟର ମହିଳା ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ଓଡିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ଆଜି ପାଇକମାଲ ବ୍ଲକ ପଲସଦା ଗ୍ରାମରେ ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ମାଁ ଓ ଭଉଣୀ ମାନଙ୍କ ପାଇଁ , "ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକାର୍ଜନ" ଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୯୨ ଜଣ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ଲେଖାଏଁ ଚିଆଁ ବଣ୍ଟନ କରିଥିଲେ କରିବା ସହିତ ଆଶା ଓ ବିଶ୍ୱାସ ଯେ, ଏହାଦ୍ୱାରା ହିତାଧିକାରୀ ମା ଓ ଭଉଣୀ ମାନେ ସାମାନ୍ୟ ପରିଶ୍ରମରେ ନିଜର ଆର୍ଥିକ ଅବସ୍ଥା କୁ ଅନେକ ମାତ୍ରାରେ ସୁଦୃଢ଼ କରି ପାରିବେ ଓ ନିଶ୍ଚିତ ଭାବରେ ଲାଭବାନ ହେବେ ବୋଲି କହିଥିଲେ ।
ବରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ନୀଳମଣି ଦୀପ, ପଦ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ, ପାଇକମାଲ ବ୍ଳକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସନ୍ତୋଷ କୁମାର ସାହୁ, ପଦ୍ମପୁର ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସୁଜିତ୍ କୁମାର ଶତପଥୀ, ଝାରବନ୍ଧ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସମୀର ଖମାରୀ ଯୋଗଦେଇ କୁକୁଡା ପାଳନ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ l ସରପଞ୍ଚ ପଙ୍କଜ କୁମାର ସାହୁ ସମିତି ମେମ୍ବର ମହେନ୍ଦ୍ର ସିଂ ବରିହା, ନନ୍ଦଲାଲ ବରିହା, ସିଆର୍ପି, ଏମ୍.ବି.କେ ଏବଂ ଏସ୍.ଏଚ୍.ଜି ମେମ୍ବର ଉପସ୍ଥିତ ଥିଲେ l
ରାଜ୍ୟ
ପଲସଦା ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ "ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ" କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 466








