ଭୁବନେଶ୍ୱର : ନୌପଡ଼ା-ଗୁଣୁପୁର ରେଳ ସେକ୍ସନ ରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2013 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ |
05 ଅଗଷ୍ଟ 2013 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ ନୌପଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ |
06 ଅଗଷ୍ଟ 2013 ଦିନ ଗୁଣୁପୁରରୁ ଛାଡ଼ିବାକୁଥିବା 18118 ଗୁଣୁପୁର-ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସ ଗୁଣୁପୁର ପରିବର୍ତ୍ତେ ନୌପଡ଼ାରୁ ଯାତ୍ରା ପ୍ରାରମ୍ଭ କରି ରାଉରକେଲା ଯାତ୍ରା କରିବ |








