ବିଭିନ୍ନ ପଞ୍ଚାୟତ ଯାଇ କରୁଛନ୍ତି ମାରାଥନ ବୈଠକ।
ବାସୁଦେବପୁର - ସାଧାରଣ ନିର୍ବାଚନ କିଛି ମାସ ବାକି ଥିଲା ବେଳେ ବାସୁଦେବପୁରରେ ବୃଦ୍ଧି ପାଇଛି ରାଜନୈତିକ ଉସ୍ମତା | କିଏ ପ୍ରାର୍ଥୀ ହେବ ତାହାକୁ ନେଇ ସବୁଠି ଚର୍ଚା | ଦିର୍ଘଦିନ ଧରି ଗୋଟିଏ ପରିବାରର ଦବଦବା ରହି ଆସିଥିବା ବେଳେ ଏବେ ଆଶାୟୀ ନୂଆ ନିଜ ପତିଆରା ଜାହିର କଲେଣି | ସ୍ଥାନୀୟ ବିଧାୟକଙ୍କ ଗ୍ରହଣୀୟତା ଅନିଶ୍ଚିତତା ଭିତରେ ଥିବା ବେଳେ ତଥା ତାଙ୍କ ପ୍ରତି ଅସନ୍ତୋଷ ବୃଦ୍ଧି ପାଉଥିବା ଚର୍ଚା ହେଉଥିବା ବେଳେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି |
ଅପରପକ୍ଷରେ ଏବେ ନିଜ ଲୋକ ସମ୍ପର୍କକୁ ନେଇ ଲୋକପ୍ରିୟତା ବଢ଼ାଇବାରେ ଲାଗିଛନ୍ତି ଟାଣୁଆ ଯୁବ ନେତା ବାଣୀ କଲ୍ୟାଣ ମହାନ୍ତି | ବାସୁଦେବପୁର ରେ କିଛି ମାସ ହେଲା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଛନ୍ତି ବାଣୀ କଲ୍ୟାଣ | ଅଦୃଶ୍ୟ ଚକ୍ରାନ୍ତର ଶିକାର ହୋଇ ବିଜେଡ଼ି ରୁ ନିଲମ୍ବନ ପରେ ବାସୁଦେବପୁରରେ ତାଙ୍କ ଲୋକ ସମ୍ପର୍କ ଅଭିଯାନ ଜୋରଦାର କରିଛନ୍ତି | ଦେଖିବାକୁ ମିଳୁଛି ଅନେକ ସମୟରେ ବାଣୀ କଲ୍ୟାଣ ଙ୍କୁ ବିଭିନ୍ନ ପଞ୍ଚାୟତ ରେ। ବାସୁଦେବପୁର ରେ ଅସନ୍ତୁଷ୍ଟ ନେତା, କର୍ମୀ ଓ ସାଧାରଣ ଯୁବକ ମାନଙ୍କ ସମର୍ଥନ ବଢ଼ିବାରେ ଲାଗିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
ଗୋଟିଏ ଦିନ ରେ ଚାରି ପାଞ୍ଚଟି ପଞ୍ଚାୟତକୁ ଯାଇ ମାରାଥନ ବୈଠକ କରିବା ସହ ପଞ୍ଚାୟତ ଓ ୱାର୍ଡ କମିଟି ଗଠନ କରୁଛନ୍ତି ବାଣୀ। ଏହି କ୍ରମ ରେ ବାସୁଦେବପୁର ରେ ବାଣୀ କଲ୍ୟାଣ ଗତ ଶୁକ୍ରବାର ଦିନ ବଡ କୃଷ୍ଣ ପୁର, ବାଲିମୁଣ୍ଡା, ନୟକାନଦିହ୍, କରଞ୍ଜଆଡ଼ିଆ, ତିହିଡି ମଙ୍ଗଳପୁର ପଞ୍ଚାୟତ କୁ ଯାଇ ବୈଠକ କରିବା ସହ କମିଟି ଗଠନ କରିଥିଲେ। ତାଙ୍କ ସହ ଲିଙ୍କନ ଦଳାଇ, ପ୍ରଭୁଦତ୍ତ ଦାସ, ଉମାକାନ୍ତ ଡ଼ାଙ୍ଗୁଆ, କାଳନ୍ଦୀ ନାୟକ ପ୍ରମୁଖ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ଆଉ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି |









