● ଏବିଏସ୍ଏସ୍ ଅଧୀନରେ ଷ୍ଟେସନର ପୁନଃ ବିକାଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ମାସ 06 ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ |
● ଏହି ଯୋଜନାରେ ଭାରତୀୟ ରେଳବାଇର 1309 ଟି ଷ୍ଟେସନ୍ କୁ ପୁନଃ ବିକାଶ କରାଯିବ |
● ପ୍ରଥମ ପର୍ଯ୍ୟାୟରେ 508 ଟି ଷ୍ଟେସନର ପୁନଃ ବିକାଶ |
● ଉନ୍ନତମାନର ସୁବିଧା ଏବଂ ଯାତ୍ରୀ ପରିସେବା ଯୋଗାଇ ଦିଆଯିବ |
● ଏବିଏସ୍ଏସ୍ ଯୋଜନାରେ ଥିବା ଷ୍ଟେସନଗୁଡିକ ଆଖପାଖ ଅଞ୍ଚଳକୁ ଏକୀକୃତ କରାଇବ |
● ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ଏବଂ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି |
ଭୁବନେଶ୍ୱର: ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି | ବର୍ତ୍ତମାନ, ଏହି ଯୋଜନା ମାଧ୍ୟମରେ ଭାରତୀୟ ରେଳବାଇର 1309 ଷ୍ଟେସନ୍ ର ନବୀକରଣ / ଆଧୁନିକୀକରଣ ପାଇଁ ଯୋଜନା ରହିଛି |
ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା, ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତା କୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବା |
ଷ୍ଟେସନ ଡିଜାଇନର ଷ୍ଟାଣ୍ଡାର୍ଡ ଏଲିମେଣ୍ଟସ୍…
• ‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ |
• ସହରର ଉଭୟ ପ୍ରାର୍ଶ୍ୱକୁ ଏକୀକରଣ |
• ଷ୍ଟେସନ ବିଲଡିଂର ଉନ୍ନତି / ପୁନଃ ବିକାଶ |
• ସୁସଜ୍ଜିତ ଆଧୁନିକ ଯାତ୍ରୀ ସୁବିଧାଗୁଡ଼ିକର ବ୍ୟବସ୍ଥା |
• ଭଲ ଭାବରେ ପରିକଳ୍ପିତ ଟ୍ରାଫିକ୍ ସଞ୍ଚାରଣ ଏବଂ ଇଣ୍ଟର-ମୋଡାଲ୍ ଏକୀକରଣ |
• ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ୟୁନିଫର୍ମ ଏବଂ ଭଲ ଡିଜାଇନ୍ ସାଇନେଜ୍ |
• ମାଷ୍ଟର ପ୍ଲାନରେ ଉପଯୁକ୍ତ ସମ୍ପତ୍ତି ବିକାଶର ବ୍ୟବସ୍ଥା |
• ଲ୍ୟାଣ୍ଡସ୍କେପ୍, ସ୍ଥାନୀୟ କଳା ଏବଂ ସଂସ୍କୃତି |
ଅମୃତ ଭରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର 57 ଟି ଷ୍ଟେସନ୍ କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଚିହ୍ନଟ କରାଯାଇଛି: -
ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବନୀପାଟଣା, ଭୁବନେଶ୍ୱର, ବିମଲାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ଼, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ଼, ଜଳେଶ୍ୱର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜୀ, କେନ୍ଦୁଝରଗଡ, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ଟେମ୍ପଲ ରୋଡ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡା, ଭୁବନେଶ୍ୱର ନୂଆ, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ଼, ଟିଟିଲାଗଡ଼ |
ପ୍ରଥମ ପର୍ଯ୍ୟାୟରେ, କିଛି ପ୍ରମୁଖ ଷ୍ଟେସନ୍ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି | ବର୍ତ୍ତମାନ, ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକାଶ ପାଇଁ ପୂର୍ବତଟ ରେଳପଥର / ଓଡିଶାର 25 ଟି ରେଳ ଷ୍ଟେସନ୍ କୁ ଚୟନ କରାଯାଇଛି | ଏହି ଷ୍ଟେସନଗୁଡ଼ିକ ହେଉଛି…
ସାକ୍ଷୀଗୋପାଳ - 34.8 କୋଟି, ମଞ୍ଚେଶ୍ୱର - 26.9 କୋଟି, ଢ଼େଙ୍କାନାଳ - 26.1 କୋଟି, ଛତ୍ରପୁର - 25.6 କୋଟି, ଅନୁଗୁଳ - 25.4 କୋଟି, ମେରାମଣ୍ଡଲୀ - 22.0 କୋଟି, ବାଲୁଗାଁ - 21.4 କୋଟି, ଲିଙ୍ଗରାଜ ଷ୍ଟେସନ ରୋଡ - 19.5 କୋଟି, ତାଳଚେର ରୋଡ - 18.9 କୋଟି, ଖୋର୍ଦ୍ଧା ରୋଡ - 18.0 କୋଟି, କଣ୍ଟାବାଞ୍ଜି - 26.3 କୋଟି, ବରଗଡ଼ ରୋଡ଼ - 21.9 କୋଟି, ହୀରାକୁଦ - 20.8 କୋଟି, ରେଢ଼ାଖୋଲ - 20.8 କୋଟି, ବରପାଲି -19.9 କୋଟି, ମୁନିଗୁଡା - 19.0 କୋଟି, ବଲାଙ୍ଗୀର - 18.4 କୋଟି, ହରିଶଙ୍କର ରୋଡ଼ - 16.6 କୋଟି, ଭବାନୀପାଟଣା - 15.9 କୋଟି, ଖରିଆର୍ ରୋଡ୍-13.7 କୋଟି, ଦାମନଯୋଡି -13.9 କୋଟି (ପୂର୍ବତଟ ରେଳପଥ ମଧ୍ୟରେ) ଏବଂ ବଡ଼ବିଲ - 16.0କୋଟି, ରାଜଗାଙ୍ଗପୁର - 30.0 କୋଟି, ବାରିପଦା - 17.0କୋଟି ଓ ଜଳେଶ୍ୱର - 23.0କୋଟି (ଦକ୍ଷିଣ ପୂର୍ବ ରେଳପଥ ମଧ୍ୟରେ) ଓଡ଼ିଶାରେ ସମୁଦାୟ 531.8 କୋଟି ଏବଂ ପଲାସା - 23.9 କୋଟି, ବିଜୟନଗରମ - 35.8 କୋଟି, ଦୁଭାଡା - 26.3 କୋଟି (ସମୁଦାୟ) 86.0 କୋଟି ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ଅଧୀନରେ ଏବଂ ଛତିଶଗଡ଼ ର ମହାସମୁନ୍ଦ - 15.9 କୋଟି (ପୂର୍ବତଟ ରେଳପଥ ଅଧୀନରେ) (ସମୁଦାୟ 547.7 କୋଟି ପୂର୍ବତଟ ରେଳପଥ ମଧରେ) ଅନ୍ତର୍ଭୁକ୍ତ |
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ 06 ଅଗଷ୍ଟ 2023 ଦିନ ଅମୃତ ଭାରତ ଯୋଜନା ଅନ୍ତର୍ଗତ 508 ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଯେଉଁଥିରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 25 ଟି ଷ୍ଟେସନ୍ ଅନ୍ତର୍ଭୂକ୍ତ କରାଯାଇଛି |
ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି |
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା କହିଛନ୍ତି ଯେ ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଦିଗରେ ପୂର୍ବତଟ ରେଳପଥ ପ୍ରତିଶ୍ରୁତିବଦ୍ଧ | ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପାଇଁ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ କିଛି କାର୍ଯ୍ୟ ସମ୍ପ୍ରତି ସମ୍ପନ୍ନ ହୋଇଛି | ମୋଟାମୋଟି ଭାବେ, ପୂର୍ବ ତଟ ରେଳପଥ ଅଧୀନରେ 25 ଟି ଷ୍ଟେସନର ପୁନଃ ବିକାଶ ପାଇଁ 547.7 କୋଟି ଟଙ୍କା ଖର୍ଚ୍ଚ ହେବ | ଏହି ଅବସରରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱଜିତ୍ ସାହୁ ସଂଯୋଜନା କରିଥିଲେ |
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଥିବା ଷ୍ଟେସନଗୁଡିକ:
• ଷ୍ଟେସନଗୁଡିକର ମୋଟ ସଂଖ୍ୟା = 1309 |
• ଓଡିଶାରେ ଷ୍ଟେସନ୍ ସଂଖ୍ୟା = 57
• ପୂର୍ବ ତଟ ରେଳପଥ ଅଧୀନରେ ଷ୍ଟେସନ୍ ସଂଖ୍ୟା = 57
• ବର୍ତ୍ତମାନ ପୁନଃ ବିକାଶ କରାଯିବାକୁ ଥିବା ଷ୍ଟେସନ ସଂଖ୍ୟା = 508 (ଭାରତୀୟ ରେଳବାଇ ରେ)
• ପୂର୍ବତଟ ରେଳପଥ ମଧ୍ୟରେ ବର୍ତ୍ତମାନ ପୁନଃ ବିକାଶ କରାଯିବାକୁ ଥିବା ଷ୍ଟେସନ ସଂଖ୍ୟା = 25
• ଓଡ଼ିଶାରେ ବର୍ତ୍ତମାନ ପୁନଃ ବିକାଶ କରାଯିବାକୁ ଥିବା ଷ୍ଟେସନ ସଂଖ୍ୟା = 25
• ପୂର୍ବତଟ ରେଳପଥ ମଧ୍ୟରେ ପ୍ରସ୍ତାବିତ ବ୍ୟୟ ଆକଳନ = 547.7 କୋଟି
• ଓଡ଼ିଶାରେ ପ୍ରସ୍ତାବିତ ବ୍ୟୟ ଆକଳନ = 531.8 କୋଟି








