ପଦ୍ମପୁର /ବିଜେପୁର-ଶିବାଶିଷ ପଟ୍ଟନାୟକ :- ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ବିଜେପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜାହ୍ନବୀ ସାହୁ ମା' ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ ।ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ଡ. ପ୍ରଦୀପ କୁମାର ସାହୁ, ଉପସଭାପତି, ଶିକ୍ଷା ବିକାଶ ସମିତି ଓଡ଼ିଶା ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ସୁଶାନ୍ତ କୁମାର ଗଡ଼ତୀୟା, ବିଜ୍ଞାନ ଶିକ୍ଷକ ଟେଙ୍ଗରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିଶୁ ଭାଇଭଉଣୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ସୁଦାମ ଚରଣ ପଧାନ, କୋଷାଧ୍ଯକ୍ଷ ବିଜୟ କୁମାର ମେହେର ଓ ସଦସ୍ୟା ସୁଷମା ଖମାରୀ ଯୋଗଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାରିକ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସହପ୍ରଧାନାଚାର୍ଯ୍ୟ ସଦାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ବିଷୟ ପ୍ରମୁଖା ଆଚାର୍ଯ୍ୟା ଯୋଗେଶ୍ଵରୀ ବାରିକ ବୃତ୍ତ ପଠନ କରିଥିବାବେଳେ ଆଚାର୍ଯ୍ୟା ମନ୍ଦାକିନୀ ସାହୁ ସଂଯୋଜନା କରିଥିଲେ। ଏଥିରେ ବିଭିନ୍ନ ବିଭାଗରୁ ଆସିଥିବା ୨୧୭ଟି ବିଜ୍ଞାନ ପ୍ରକଳ୍ପ ଓ ୧୯ଟି ଗଣିତ ପ୍ରକଳ୍ପକୁ ବିଚାରକ ଭାବେ ବିବେକାନନ୍ଦ ସାହୁ, ସୁଶାନ୍ତ ଗଡ଼ତିଆ, ବାଲାଜୀ ରାଓ ମୋରେ, ଜାହ୍ନବୀ ସାହୁ, ଅଶ୍ଵିନୀ ଗଡ଼ତିଆ ଏବଂ ଶାନ୍ତନୁ ସାହୁ ମୂଲ୍ୟାଙ୍କନ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ତଥା ଶୁଭେଚ୍ଛୁଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ରାଜ୍ୟ
ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ l
- Hits: 347








