ହେଡଲାଇନସ୍:

ମିଳିଲା ପ୍ରତିଶ୍ରୁତି, ହଟିବେ ଜ୍ୟୋତି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାତଦିନ ପାଇଁ ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଧାରଣା ସ୍ଥଗିତ ।

କେନ୍ଦ୍ରାପଡ଼ା/ପ୍ରଫୁଲ୍ଲ କୁମାର ମଲ୍ଲ : ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନିର୍ଦ୍ଦିଷ୍ଟକାଳ ଗଣଧାରଣା କୁ ସାତଦିନ ପାଇଁ ସ୍ଥଗିତ କରାଯାଇଛି । ସଂଗଠନ ର ସମସ୍ତ ଦାବୀ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏଡିଏମ ନିଲୁ ମହାପାତ୍ର ଧାରଣାସ୍ଥଳକୁ ଆସି ବିସ୍ତୃତ ଆଲୋଚନା କରିଥିଲେ । ସଂଗଠନ ର ଦାବୀ ମୁତାବକ ପୁଲିସ ଡିଜିଙ୍କୁ ଅଭିଯୋଗ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠନ ପାଇଁ ସୁପାରିଶ କରିବା ସହ କେନ୍ଦ୍ରାପଡ଼ା ଏସପିଙ୍କୁ ପୂର୍ବତନ ମାର୍ଶାଘାଇ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧ ରେ ଆସିଥିବା ସମସ୍ତ ଅଭିଯୋଗ କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାର ନିର୍ଦ୍ଦେଶ ଦିଆଯାଇଛି । ତେବେ ସାତ ଦିନ ମଧ୍ୟରେ ବିବାଦୀୟ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସଂଗଠନ ପକ୍ଷରୁ ପୁଣି ଧାରଣା ଦିଆଯିବାକୁ ଚେତାବନୀ ଦେଇଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରତାପ ମହାନ୍ତି ଓ ସିଭିଲ ସୋସାଇଟି ର ଆବାହକ ଭାଗିରଥି ଜେନା ।

0
0
0
s2sdefault