ହେଡଲାଇନସ୍:

ପାଣିଘେରରେ ଲୋକେ , ସରକାର ଦୃଷ୍ଟି ଦେବାକୁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଲେଭଟା ରୁ ଗୁରୁଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ପଂଚାୟତ ସମିତି ଅନ୍ତର୍ଗତ କୁଟା ସିଂହା ପଂଚାୟତ ଅଧୀନ ଡୁଙ୍ଗୁରିପାଲି , ତେତେଲଗାଁ (ଗୋପବନ୍ଧୁ ନଗର ) କଣ୍ଟାପାଲି ଓ କୁଟା ସିଂହା ଗ୍ରାମ ଗତ ଦୁଇ ଦିନ ହେଲା ପାଣି ଘେରରେ ରହିଥିବା ଜାଣିବାକୁ ମିଳିଛି | ଏହି ପଂଚାୟତ ସମିତି ଅଧୀନ ମୃଶୁଣ୍ଢୀ ପଞ୍ଚାୟତର ହରଭଙ୍ଗା ଗାଁ ଓ କୁଟା ସିଂହା ପଂଚାୟତ ର ଡୁଙ୍ଗୁରିପାଲି ଗାଁ ମଝିରେ ଥିବା ଜୋର, ଡୁଙ୍ଗୁରିପାଳି ଓ କୁଟା ସିଂହା ପଂଚାୟତ ର ତେତେଲଗାଁ ମଝିରେ ଥିବା ନାଳ,କୁଟା ସିଂହା ପଂଚାୟତ ମୁଖ୍ୟlଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ଛାକୋରମାଲ ପଂଚାୟତ ଅନ୍ତର୍ଗତ ବାଳପୁର ଗାଁ ମଝିରେ ଯାଇଥିବା ନାଳ ରେ ପ୍ରଚୁର ପରିମାଣରେ ପାଣି ପ୍ରବାହିତ ହୋଇଥିବାରୁ ଏ ସମସ୍ତ ଗାଁ ଗୁଡିକର ଲୋକେ ବିଗତ ଦୁଇ ଦିନର ବର୍ଷା ରେ ବନ୍ଦୀ ପ୍ରାୟ ରହିଥିଲେ | ଫଳରେ ଏହି ଚାରି ଖଣ୍ଡ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି |

0
0
0
s2sdefault