ହେଡଲାଇନସ୍:

କ୍ୱାର୍ଟର ଖତ ଖାଉଛି : ଡାକ୍ତରଖାନା କର୍ତ୍ତୃପକ୍ଷ ଦିନରେ ଲଣ୍ଠନ ଦେଖାଉଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଲେଭଟାରୁ ଗୁରୁ ଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ସିଏଚସିର ସୁପାରିନଟେଣ୍ଡେଣ୍ଟ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ଲୋକଙ୍କ ଭିତରେ ଚର୍ଚା ହେଉଛି |କଥାଟି ଏପରି ଗୋଟିଏ ଜିନିଷ ଅଛି କିନ୍ତୁ ସେ ଜିନିଷଟି ନାହିଁ ବୋଲି କହୁଛନ୍ତି | ଆଗଲପୁର ସି ଏଚ ସି ଅଧୀନ ସାଲେଭଟା ପି ଏଚ ସି ନିଉ ରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଏଠାରେ କାର୍ଯ୍ୟରତ ଡାକ୍ତର, ଫାର୍ମାଶିଷ୍ଟ, ନର୍ସ ଓ ଏଟେଣ୍ଡେଣ୍ଟ ଙ୍କ ରହିବା ପାଇଁ ଚାରୋଟି କ୍ୱାର୍ଟର ତିଆରି କରିଛନ୍ତି | କ୍ୱାର୍ଟର ଗୁଡିକରେ ସମସ୍ତ ସୁବିଧା ରହିଛି ବୋଲି ସୁପରିନ ଟେଣ୍ଡେଣ୍ଟ ନିଜେ ଦେଇଥିବା ସୂଚନାରେ ଦର୍ଶାଇଛନ୍ତି | ଏ ସବୁ ସତ୍ତ୍ୱେ ଉକ୍ତ କ୍ଵା ଟର ଗୁଡିକରେ କେହିହେଲେ ରହୁନଥିବା ମଧ୍ୟ ସେ ଯୋଗାଇଥିବା ସୂଚନାରେ ଉଲ୍ଲେଖ କରିଛନ୍ତି | ଅନ୍ୟପଟେ ସେ ଉକ୍ତ କ୍ୱାର୍ଟର ଗୁଡିକରେ ପାଚେରୀ ନ ଥିବା, ଜନବସତି ଠାରୁ ଦୂରରେ କ୍ୱାର୍ଟର ଗୁଡିକ ରହିଥିବା ଏବଂ ସୁରକ୍ଷା ଆଦି ଅସୁବିଧା ରହିଥବା ମଧ୍ୟ ତାଙ୍କ ଦିଆଯାଇଥିବା ସୂଚନାରେ ରହିଛି | ତେବେ ଖୋଦ ସୁପରିନଟେଣ୍ଡେଣ୍ଟ ଦେଖିଛନ୍ତି ଜାଣିଛନ୍ତି ଯେ ପି ଏଚ ସି ନିଉ ସାଲେଭଟାରେ ଥିବା କ୍ୱାର୍ଟରଗୁଡିକରେ ପାଚେରୀ ରହିଛ |

0
0
0
s2sdefault