-
ନାଉରି, ଅପରାଜିତା, ଗୋଲକ, କୁସୁମ, ଲେଖାଶ୍ରୀଙ୍କ ସମେତ ୧୦ଉପସଭାପତି
-
ଅଭିଳାଷ ପଣ୍ଡାଙ୍କୁ ଯୁବମୋର୍ଚ୍ଚା, ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚା ଦାୟିତ୍ୱ
-
ଉମାକାନ୍ତ ପଟ୍ଟନାୟକ ହେଲେ ସୋସିଆଲ୍ ମିଡିଆ ଇନ-ଚାର୍ଜ
ଭୁବନେଶ୍ୱର : ଟିମ ଘୋଷଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ହୋଇଥିବା ବିଳମ୍ବ ଓ ଦ୍ୱନ୍ଦ୍ୱର ଅନ୍ତ ଘଟିଛି | ଆଜି ବିଜେପି ହେଭି ୱେଟ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ଠିକ ପୂର୍ବରୁ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ ଘୋଷଣା କରିଛନ୍ତି ତାଙ୍କ ୩୫ ଜଣିଆ ନୂଆ ଟିମ | ଏହି ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ରହିଛନ୍ତି ।ଅଭିଳାଷ ପଣ୍ଡାଙ୍କୁ ଇରାଶିଷ ଆଚାର୍ଯ୍ୟଙ୍କ ଜାଗାରେ ଯୁବମୋର୍ଚ୍ଚା ସଭାପତି କରାଯାଇଛି । ଇରାଶିଷଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି | ଟାଣୁଆ ନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି |
ଉପସଭାପତି ଭାବେ ନାଉରି ନାୟକ(ବିଧାୟକ), ଅପରାଜିତା ଷଡ଼ଙ୍ଗୀ(ସାଂସଦ), ରବି ନାରାୟଣ ନାଏକ, ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ବିଧାୟକ), ଗୋଲକ ପ୍ରସାଦ ମହାପାତ୍ର, ଶ୍ରୀମତୀ କୁସୁମ ଟେଟେ(ବିଧାୟିକା), ଡ. ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ୍ ଓ ବିରଞ୍ଚି ନାରାୟଣ ତ୍ରିପାଠୀ ନିଯୁକ୍ତ ହୋଇଥିବା ବେଳେ ସାଧାରଣ ସମ୍ପାଦକଭାବେ ସାରଦା ପ୍ରସାଦ ଶତପଥୀ, ଡ. ଯତୀନ ମହାନ୍ତି, ଶ୍ରୀମତୀ ପୂର୍ଣ୍ଣିମା କେରେକେଟା, ସୀମାଞ୍ଚଳ ଖଟେଇ ଓ ସାଧାରଣ ସମ୍ପାଦକ(ସଂଗଠନ) ଭାବେ ମାନସ କୁମାର ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି |
ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାଶିଷ ଆଚାର୍ଯ୍ୟ ନିଯୁକ୍ତ ହୋଇଛନ୍ତି |
ସେହିପରି ସୁଦର୍ଶନ ଗୋୟଲଙ୍କୁ କୋଷାଧ୍ୟକ୍ଷ, ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ, ସମ୍ପାଦକ(ଅଫିସ ସେକ୍ରେଟାରୀ) ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଓ ଉମାକାନ୍ତ ପଟ୍ଟନାୟକଙ୍କୁ ସୋସିଆଲ୍ ମିଡିଆ ଇନ-ଚାର୍ଜ ଭାବେ ନିଯୁକ୍ତି ମିଳିଛି |
ରାଜ୍ୟମୋର୍ଚ୍ଚାର ବିଭିନ୍ନ ମୋର୍ଚ୍ଚା ପାଇଁ ନିମ୍ନୋକ୍ତଙ୍କୁ ସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି |
ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା
ମହିଳା ମୋର୍ଚ୍ଚା: ଐଶ୍ୱର୍ଯ୍ୟା ବିଶ୍ୱାଳ
କିଷାନ ମୋର୍ଚ୍ଚା: ମହେଶ୍ୱର ସାହୁ
ଏସଟି ମୋର୍ଚ୍ଚା: ନିତ୍ୟାନନ୍ଦ ଗଣ୍ଡ(ବିଧାୟକ)
ଏସସି ମୋର୍ଚ୍ଚା: ଡ. ବିଭୂ ପ୍ରସାଦ ତରାଇ
ଓବିସି ମୋର୍ଚ୍ଚା: ସୁରଥ ବିଶ୍ୱାଳ











