ବଲାଙ୍ଗିର (ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ସେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଆଲୋକ କୁମାର ନାୟକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଶ୍ରୀ ପଣ୍ଡା ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ୦୫.୦୪.୨୦୨୨ରୁ ଦାୟିତ୍ଵ ନିର୍ବାହ କରୁଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲା କାର୍ଯ୍ୟାଳୟରେ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଜିଲ୍ଲାପାଳ ମଧ୍ୟ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ । ଶ୍ରୀ ପଣ୍ଡା ତାଙ୍କ କାର୍ଯ୍ୟ ସମୟରେ ବଲାଙ୍ଗିର ଜିଲ୍ଲାକୁ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଳଙ୍କୃତ କରେଇ ପୁରସ୍କୃତ ହେଇଛନ୍ତି । ସେ ୩୫ବର୍ଷ ଚାକିରି କରିବା ମଧ୍ୟରେ ଅନେକ ଜିଲ୍ଲାରେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି ।
ରାଜ୍ୟ
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅବସର ଗ୍ରହଣ ।
- Hits: 376








