ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର ଲଗାଣ ବର୍ଷା ରେ ଟିକାବାଲି ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି l ଟିକାବାଲି ଅଞ୍ଚଳର ରାସ୍ତା ଘାଟ, ବିଦ୍ୟୁତ ସରବରାହ, ବିଦ୍ୟାଳୟ, ଚାଷ ଜମି, ବସ ଷ୍ଟାଣ୍ଡ ଓ ହାଟପଦା ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି l ଏହା ସହ ସାଲୁଙ୍କି ନଦୀ ବ୍ରିଜ ପରିଦର୍ଶନ କରି ମଧ୍ୟ ପରିସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ l ଟିକାବାଲି ସ୍ବେଛାସେବୀ ସଂଗଠନ ୟୁଥ ୱାରୀୟାର ତରଫରୁ ଅନେକ ଥର ଟିକାବାଲି ସାଲୁଙ୍କି ନଦୀ ବ୍ରିଜକୁ ଏକ ସୁଦୃଢ, ନୂତନ ଉନ୍ନତମାନର ବ୍ରିଜ ତିଆରି କରିବା ପାଇଁ ନିବେଦନ କରିଆସୁଛନ୍ତି I କାରଣ ଏହି ବ୍ରିଜ ବର୍ତମାନ ରୁଗ୍ଣ ଓ ଜରାଜୀର୍ଣ୍ଣ ଅବସ୍ଥାରେ ବିରାଜମାନ l ବର୍ଷା ଓ ବନ୍ୟା ସମୟରେ ରହି ବ୍ରିଜ ଉପରେ ପାଣି ବୋହି ଟିକାବାଲି ସହ ଅନ୍ୟ ପଞ୍ଚାୟତ ଓ ବ୍ଲକ ସଂଯୋଗୀକରଣକୁ ବିଛିନ୍ନ କରିଦେଉଅଛି l ଏହି ଟିକାବାଲି ସାଲୁଙ୍କି ନଦୀ ବ୍ରିଜ ଯାହାକି ଟିକାବାଲି ସହ ପାବୁରିଆ, ଦାରିଙ୍ଗବାଡି, ରାଇକିଆ, କଇଁଝର କୁ ସଂଯୋଗ କରୁଅଛି l
ଏହି ବ୍ରିଜର ସ୍ଥିତି ସମୀକ୍ଷା କରି ଟିକାବାଲି ସମିତି ଅଧକ୍ଷ ଦିଲ୍ଲୀପ କହଁର ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଏହାର ଯଥା ଶୀଘ୍ର ଉଚିତ ପଦକ୍ଷେପ ନେବାପାଇଁ ଚେଷ୍ଟା କରିବି ବୋଲି ଆଶ୍ୱାସନା ଓ ପ୍ରତିଶୃତି ଦେଇଥିଲେ l ଏଥିସହ ଟିକାବାଲି ସାମ୍ବାଦିକଙ୍କୁ ଓ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଲଗାଣ ବର୍ଷା କୁ ଖାତିର ନ କରି କିପରି ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ଚେଷ୍ଟା କରିବା ପ୍ରୟାସ କୁ ବ୍ଲକ ଅଧକ୍ଷ ପ୍ରଶଂସା କରିଛନ୍ତି l ଅଧକ୍ଷ ମହୋଦୟ ଓ ପୂର୍ବତନ ଜିଲ୍ଲାପରିଷଦ ଶ୍ରୀ ପ୍ରଦୀପ ଦିଗାଳଙ୍କ ସହ ମିଶି ଟିକାବାଲି ର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିବା ଦେଖି ଲୋକେ ଉଭୟ ଙ୍କୁ ପ୍ରଶଂସା କରିଛନ୍ତି l
ରାଜ୍ୟ
ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ସମୀକ୍ଷା କରିଛନ୍ତି ଟିକାବାଲି ବ୍ଲକ ଅଧକ୍ଷ
- Hits: 341








