ହେଡଲାଇନସ୍:

କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ବରିଷ୍ଠ ନାଗରିକ (ଗୋଲ୍ଡେନ୍ ଜେନେରେସନ୍) ହେଲ୍ଡ ଲାଇନ୍ ସେବା ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲ ଲିମିଟେଡ (କେଏଚଏଲ) ଭୁବନେଶ୍ବର ରେ ଏକ ବରିଷ୍ଠ ନାଗରିକ (ଗୋଲ୍ଡେନ ଜେନେରସନ ) ହେଲ୍ଡ ଲାଇନ: 18005725000 ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଭୁବନେଶ୍ଵର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଙ୍ଘର 100ରୁ ଅଧ୍ବକ ବରିଷ୍ଠ ନାଗରିକ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୌମ୍ୟନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇପିଏସ୍ ପୁଲିସ କମିସନର, ଭୁବନେଶ୍ୱର-କଟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଡଃ ସୀତାକାନ୍ତ ଦାଶ, କଳିଙ୍ଗ ହସ୍ପିଟାଲ ଲିମିଟେଡର ଚେୟାରମେନ୍ ଓ କୁଳାଧିପତି, ଜେକେ ବିଶ୍ବବିଦ୍ୟାଳୟ, କଟକ, ଶ୍ରୀ ରାଜେଶ ଦାଶ, ନିର୍ଦ୍ଦେଶକ, କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ଏବଂ ଶ୍ରୀମତି ନିଲାଞ୍ଜନା ମୁଖେର୍ଜୀ, ପରିଚାଳନା ନିର୍ଦ୍ଦେଶକ, କଳିଙ୍ଗ ହସ୍ପିଟାଲ ଲିମିଟେଡ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇପିଏସ୍, ପୁଲିସ କମିସନର, ଭୁବନେଶ୍ୱର-କଟକ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ସେବା ଆରମ୍ଭ କରିଥିବାରୁ କଳିଙ୍ଗ ହସ୍ପିଟାଲ ଲିମିଟେଡ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ। ଏହି ସମର୍ପିତ ହେଲ୍ ଡେସ୍କ ସହାୟତା ଏହି ଅଞ୍ଚଳର ବୟସ୍କ ନାଗରିକଙ୍କ ପାଇଁ ପ୍ରକୃତ ସହାୟତା ହେବ ।

ଗୋଲ୍ଡେନ୍ ଜେନେରେସନ୍ ହେଲ୍‌ପ୍ ଲାଇନ୍ (ସିନିଅର୍ ସିଟିଜେନ୍ ହେଲ୍‌ପ୍ ଡେସ୍କ) ବୃଦ୍ଧବୃଦ୍ଧାଙ୍କୁ ଆବଶ୍ୟକ ସମୟରେ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଏହା ସହିତ କଳିଙ୍ଗ ହସ୍ପିଟାଲ ଲିମିଟେଡ ଖୁବ୍ ଶୀଘ୍ର ଅଙ୍କୋଲୋଜି (କ୍ୟାନ୍ସର ସେବା) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରୁଛି, " କହିଛନ୍ତି ଡାକ୍ତର ସୀତକଣ୍ଠ ଦାସ୍, ଚେୟାରମେନ୍ କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଏବଂ ଚାନ୍ସେଲର, ଜେ.କେ. ବିଶ୍ବବିଦ୍ୟାଳୟ, କଟକ।

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (କେଏସ୍ଏଲ୍) ଓଡ଼ିଶା ରାଜ୍ୟର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଏବଂ 30 ବର୍ଷରୁ ଅଧିକ ସମୟ ଧରି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି। ଏହି ହେଲ୍ଡ ଲାଇନ 24X7 କାର୍ଯ୍ୟ କରିବ। ଏଥିରେ ପେସାଦାର ତାଲିମପ୍ରାପ୍ତ କର୍ମଚାରୀଙ୍କୁ ସାମିଲ କରାଯାଇଛି। ଏହି ହେଲ୍ଡ ଲାଇନ୍ ଦ୍ବାରା ବୟସ୍କ ବ୍ୟକ୍ତିମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବଂ ଜରୁରୀକାଳୀନ ପରିସ୍ଥିତିର ସମାଧାନ କରାଯିବ। ଏହା ସହିତ ଡାକ୍ତରୀଦଳ ତଥା ଅନ୍ୟାନ୍ୟ ସହଯୋଗୀ ମାନେ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଏବଂ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିବ। ବୋଲି କହିଛନ୍ତି ଶ୍ରୀମତି ନିଲାଞ୍ଜନା ମୁଖେର୍ଜୀ, ପରିଚାଳନା ନିର୍ଦ୍ଦେଶକ, କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ।

0
0
0
s2sdefault