ହେଡଲାଇନସ୍:

ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ଜେଲରେ ଥିବା ଅନ୍ତେବାସୀଙ୍କୁ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଉପ-କାରାଗାର ର ଅନ୍ତେବାସୀ ମାନଙ୍କୁ ଛତୁ ଚାଷ ତାଲିମ ପ୍ରଦାନ କରାଯାଇଛି।
ଆଜିର ଏହି ଉଦଯାପନ କାର୍ଯ୍ୟକ୍ରମରେ ଉପ-କାରାଗାର ର ଅନ୍ତେବାସୀ ମାନଙ୍କୁ ୬ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମରେ ଜେଲରେ ଥିବା ୨୮ ଜଣ ପୁରୁଷ ଅନ୍ତେବାସୀଙ୍କୁ ଛତୁ ଚାଷ ତାଲିମ ଦିଆଯାଇଛି। ଆଜିର ଏହି ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ହନୁ ସେଠୀ ଅଧିକ୍ଷକ ଉପ-କାରାଗାର , ପାରଳାଖେମୁଣ୍ଡିର ଉପସ୍ଥିତ ଥିଲେ। ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସାଇମୋନ ଡୁଂଙ୍ଗଡୁଙ୍ଗ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ। ପୁରୁଷ ଅନ୍ତେବାସୀ ତାଲିମ ପ୍ରତିଭାଗୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଓ ତାଙ୍କ ଅଭିଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ।
ଏହି ସଭାରେ ଅନୁଷ୍ଠାନର ପାଠ୍ୟ ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଏବଂ ଛତୁ ଚାଷ ପ୍ରଶିକ୍ଷକ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ଥିଲେ।

0
0
0
s2sdefault