ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୩ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵ ସ୍ତନ୍ୟପାନ ସପ୍ତାହ -୨୦୨୩ ପାଳନ ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ମା ଓ ପ୍ରସୂତୀ ମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିଏମ୍ଓ ଡ଼ାଃ ପ୍ରଦୀପ କୁମାର ପାତ୍ର , ଡିଏମଓ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ ଡ଼ାଃ ମହେନ୍ଦ୍ର ଭୂୟାଁ , ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ଶିଶୁ ବିଶେଷଜ୍ଞ ଡ଼ାଃ ଗିରିଜା ପତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଉପରେ କହିଥିଲେ।
ମୁଖ୍ୟତଃ ସ୍ତନ୍ୟପାନର ଉପକାରିତା , ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର କେତେ ମହତ୍ , ସ୍ତନ୍ୟପାନ ଦ୍ଵାରା ଶିଶୁର ମାନସିକ , ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହେବା ସହ ମାଆ ଟି ମଧ୍ୟ କିଭଳି ବିଭିନ୍ନ କର୍କଟ ରୋଗରୁ ରକ୍ଷା ପାଇଥାଏ ସେ ସମ୍ପର୍କରେ କହିବା ସହ ସଠିକ୍ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ।
ଅନ୍ୟ ପକ୍ଷରେ କର୍ମଜୀବୀ ମହିଳା ମାନଙ୍କ ପାଇଁ ସ୍ତନ୍ୟପାନ କରାଇବାର ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା ଉପରେ ସଚେତନ କରାଇଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ତ୍ରୀ ଓ ପ୍ରସୂତି ଗର୍ଭବତୀ ମହିଳା ମାନଙ୍କୁ ନେଇ ଜିଲ୍ଲା ଷ୍ଟାଟାଷ୍ଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀଙ୍କ ଦ୍ଵାରା ସ୍ତନ୍ୟପାନ ସମ୍ପର୍କିତ ଉପରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

0
0
0
s2sdefault