ହେଡଲାଇନସ୍:

ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମିଶନ ଶକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିଦର୍ଶନ ସହ କାଫେ ଖାଦ୍ୟର ମାନ ପରୀକ୍ଷଣ କଲେ ବିଧାୟକ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ମହିଳା ମାନଙ୍କ ଆତ୍ମନିର୍ଭରଶୀଳତାର ପଥ ପ୍ରଦର୍ଶକ ସାଜିଛି ମିସନ ଶକ୍ତି । ମିଶନ ଶକ୍ତି ବଢ଼ାଉଛି ସହାୟତାର ହାତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ମିଶନ ଶକ୍ତି କାଫେ ମହିଳାଙ୍କ ରୋଜଗାରର ବାଟ ଖୋଲିଛି।ପ୍ରତିଦିନ ବିଭିନ୍ନ ଅଫିସ କାର୍ଯ୍ୟ ପାଇଁ ଓଡ଼ଗାଁକୁ ଆସୁଥିବା ଜନସାଧାରଣ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରେ ସୁଲଭମୂଲ୍ୟରେ ଖାଇବାର ମଜା ନେଉଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ମଧ୍ୟାହ୍ନ ଭୋଜନ ସମେତ ପ୍ରାଥମିକ ଭାବେ ଚା, କଫି ଆଦି ମିଳି ପାରୁଛି। ଲୋକଙ୍କ ସୁସ୍ୱାଦୁ ଖାଦ୍ୟ ସମେତ ଏସଏଚଜି ମହିଳାଙ୍କୁ ଜୀବିକା ଦେଇଛି ମିଶନ ଶକ୍ତି କାଫେ। ଗତ ଏକ ସପ୍ତାହ ମଧ୍ୟରେ କାଫେରେ ୫୦ ହଜାରରୁ ଉର୍ଦ୍ଧ୍ବ ମୂଲ୍ୟର ରୋଜଗାର କରିପାରିଛି।ଆଗାମୀ ଦିନରେ ଦିନରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାତ୍ରି ଭୋଜନ ସମେତ ଜଳଖିଆ ମଧ୍ୟ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଆଗରୁ ଆମେ ପାରମ୍ପରିକ କାମରେ ନିୟୋଜିତ ଥିଲୁ। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ମିଶନ ଶକ୍ତି କାଫେ ଚଲାଇ ଖୁସି ଅନୁଭବ କରୁଛୁ ।ଲୋକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଆମେ ଖାଦ୍ୟ ପ୍ରସ୍ତୁତ କରୁଛୁ। ଘରୋଇ ପରିବେଶ ଭିତରେ ଲୋକମାନେ ଯେମିତି ସ୍ବାଦିଷ୍ଟ ଖାଦ୍ୟ ଖାଇ ପାରିବେ ସେନେଇ ଆମେ ଧ୍ୟାନ ଦେଉଛୁ ବୋଲି ସଦସ୍ୟ ମାନେ କହିଥିଲେ । ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଆମକୁ ଚୟନ କରାଯିବା ପରେ ତାଲିମ ଦିଆଯାଇଥିଲା। ‘କାଫେ’କୁ ସଫା ସୁତୁରା ରଖିବା ସହ କିପରି ଖାଦ୍ୟ ପ୍ରସ୍ତୁତ କରାଯିବ ସେନେଇ ଆମେ ପ୍ରଶିକ୍ଷଣ ନେଇଥିଲୁ। ଏବେ ଏହି କାଫେ ପରିଚାଳନା କରି ଆମେ ଭଲ ରୋଜଗାର କରିପାରୁଛୁ । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ବୁଧବାର କାଫେ ପରିଦର୍ଶନ କରିବା ସହ ଟିକେଟ କାଟି ଭୋଜନ କରିବା ସହ ଖାଦ୍ୟର ମାନ ପରୀକ୍ଷଣ କରିଥିଲେ। ଏସଏଚଜି ମହିଳାଙ୍କ ଦକ୍ଷତା, ଆତ୍ମବିଶ୍ୱାସ ଓ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ। ଦିନେ ଘରର ଚାରିକାନ୍ଥ ମଧ୍ୟରେ ପଡିରହୁଥିବା ମହିଳା ଆଜି ପୁରୁଷଙ୍କ ଠାରୁ ଦୁଇ ପାଦ ଆଗରେ ଚାଲି ପାରିଛି । ଦୁଇ ପଇସା ରୋଜଗାର କରିବା ସହ ବଞ୍ଚିବାର ରାହା ଶିଖାଇଛି ମିଶନ ଶକ୍ତି କାଫେ ବୋଲି ଜିଲ୍ଲା ପରିଷଦ ସଙ୍ଘ ସଭାପତି ଦେବାଶିଷ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଅନିଲ କୁମାର ଆଚାର୍ଯ୍ୟଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault