ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ପଞ୍ଚାୟତ ରେ ଥିବା ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଭାବେ ଖୋଳା ଯାଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ର ଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଲଗାଣ ବର୍ଷା ସତ୍ୱେ ମଧ୍ୟ୍ୟ ପ୍ରଥମ ଦିନ ରେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l ଏହି ପ୍ରବେଶ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ସମାଜ ସେବୀ ଗୋପବନ୍ଧୁ ସାହୁ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ବିଶେଶ୍ୱର ପଟେଲ ଯୋଗଦେଇ ବିଦ୍ୟାଳୟ ର ଇତିହାସ ବର୍ଣ୍ଣନା କରିବା ସହିତ ମାନସିକ ସ୍ଥର ରେ ଦୃଢ଼ ରହି କର୍ତ୍ତବ୍ୟ ପଥ ରେ ଆଗେଇ ଆସିବା ପାଇଁ ଛାତ୍ର ଛାତ୍ରୀ ମାନେ ପ୍ରତିଜ୍ଞା ବଦ୍ଧ ହେବା ଆବଶ୍ୟକ ବୋଲି ସେ ବକ୍ତବ୍ୟ ରଖିଥିଲେ l ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଗୋଲକ ପ୍ରଶାଦ ପ୍ରଧାନ ତାଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନେ ଏ ଅଞ୍ଚଳ ରେ ଚାଟିଙ୍ଗ ଛୋଟ କାମ ରେ ସାମିଲ ନ ରହି ଉଚ୍ଚ ଅଭିଳାଷ ରଖି ଆଗ କୁ ବଢିବା ଦୃଢ଼ ଆବଶ୍ୟକ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସରପଞ୍ଚ ଉପେନ୍ଦ୍ର ପଟେଲ, ଶିକ୍ଷକ ହରିଶ୍ଚନ୍ଦ୍ର ପଟେଲ, କୃଷ୍ଣଚନ୍ଦ୍ର ପଟେଲ, ସଙ୍କର ସିଂ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ଦେବ ସହିତ ବିଦ୍ୟାଳୟ ସମ୍ବଧିୟ ବିବରଣୀ ପାଠ କରିଥିଲେ ଏବଂ ସଭା ପରିଚାଳନା କରିଥିଲେ l ସୂଚନା ଯୋଗ୍ୟ ଚଳିତ ଶିକ୍ଷା ବର୍ଷ ରେ ଏହି ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ କଳା ରେ 128 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଥିଲେ l
ରାଜ୍ୟ
ଜଗଦଳପୁର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉତ୍ସବ l
- Hits: 578








