ହେଡଲାଇନସ୍:

କେନ୍ଦ୍ରାପଡ଼ା ସିଭିଲ ସୋସାଇଟି ଓ ଓସା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ପାଇଁ ଗଣଧାରଣା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା/ପ୍ରଫୁଲ କୁମାର ମଲ୍ଲ:  ଓଡିଶା ସୂଚନା ଅଧିକାର ଅଭିଯାନ ଓ ସିଭିଲ ସୋସାଇଟି ପକ୍ଷରୁ ମାର୍ଶାଘାଇ ଥାନାର ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନର କେନ୍ଦ୍ରାପଡ଼ାର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବର୍ବରତା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଁଇ ଗଣ ଧାରଣା ଆରମ୍ଭ ହୋଇଛି ।ମାର୍ଶାଘାଇ ଥାନାର ପୂର୍ବତନ ଆଇଆଇଆସି ତଥା ଡ଼ିଏସପି ପଦକୁ ପଦୋର୍ନତି ପାଇଥିବା ଜ୍ୟୋତିରଞ୍ଜନ ସାମନ୍ତରାୟ ଜନସାଧାରଣଙ୍କ ଉପରେ ଥାର୍ଡ଼ ଡିଗ୍ରୀ,ଗୁଣ୍ଡା ଗର୍ଦୀ ଓ ବର୍ବରତା ଦେଖାଉଥିବା ଅଧିକାରୀଙ୍କୁ ଏସପି ଘଣ୍ଟ ଘୋଡାଉଥିବାର ଅଭିଯୋଗ ହେଉଛି । ଧାରଣାରେ ବସିଥିବା ସାଧାରଣ ଜନତା ଓ ଓଡିଶା ସୂଚନା ଅଧିକାର କର୍ମୀଙ୍କର ଚାରି ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଁଇ ଧାରଣା ଦେଇଛନ୍ତି । ମୁଖ୍ୟତଃ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନାମରେ ହୋଇଥିବା ସମସ୍ତ ଏତଲା କୁ ପଞ୍ଜିକରଣ କରିବା ସହିତ ନିଲମ୍ବିତ କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲାରୁ ସ୍ଥାନାନ୍ତର କରିବା କରଞ୍ଜ ଗ୍ରାମର ସୂଚନା ଅଧିକାର କର୍ମୀଙ୍କ ନାମରେ ହୋଇଥିବା ମିଥ୍ୟା ମକଦମାକୁ ପ୍ରତ୍ୟାହାର କରିବା,ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ଆଳୟ ସାମନ୍ତରାୟଙ୍କ ଆକ୍ରମଣ ଘଟଣାରେ ଷଢଯନ୍ତ୍ର କାରୀଙ୍କୁ ତୁରନ୍ତ ଗିରଫ କରିବା ପ୍ରମୁଖ ଦାବୀ ଗୁଡିକ ରହିଛି । ମାର୍ଶାଘାଇ ଅଞ୍ଚ ର ମନୋରଞ୍ଜନ ଦଳାଇ ଙ୍କୁ ଥାନା ଭିତରେ ମାଡ଼ ମାରିବା ପରେ ସେ ପଖ୍ୟାଘାତ ରୋଗରେ ଆକ୍ରାନ୍ତ ହେବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅନ୍ୟତ୍ର ବଦଳି ପାଁଇ ଧାରଣାରତ ମାନେ ଦାବି କରିଛନ୍ତି ।

0
0
0
s2sdefault