ହେଡଲାଇନସ୍:

ହାଟସାହି ର ସୁନାମ ଆଣିଲେ ବୋହୁ ଆୟୁସ୍ମିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:ପ୍ରଫୁଲ୍ଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ହାଟସାହି ଗ୍ରାମର ବୋହୁ ଆୟୁସ୍ମିତା ସାହୁ । ରାଜସ୍ଥାନ ୟୁନିଭରର୍ସିଟିରେ ମ୍ୟାନେଜମେଣ୍ଟ ଡ଼କ୍ଟରେଟ ପାଇଛନ୍ତି । ସେ ହେଉଛନ୍ତି ହାଟସାହି ଗ୍ରାମର ହରିଶ୍ଚନ୍ଦ୍ର ନାୟକଙ୍କ ବୋହୁ ଆୟୁସ୍ମିତା । ଶଶୁରଙ୍କର ଇଛା ଓ ବୋହୂର ଉଦ୍ୟମ ଆଜି ସମଗ୍ର ବୋହୁ ଜାତିର ଟେକ ରଖିପାରିଛନ୍ତି ।ଏହା ଅଭିବକ୍ତ ହାଟସାହି ଗ୍ରାମର ଗର୍ଵ ଓ ଗୌରବ । ଅନେକ ଉଚ୍ଚ ଶିକ୍ଷିତ ଝିଅ ବିବାହ ପରେ ସଂସାର ଜଂଜାଳରେ ଛନ୍ଦି ହୋଇଯାଉଥିବା ବେଳେ ଏଠି କିନ୍ତୁ ଆୟୁସ୍ମିତାଙ୍କ ପାଇଁ ପ୍ରେରଣା ସାଜିଛନ୍ତି, ତାଙ୍କ ସ୍ୱାମୀ, ଶାଶୁ, ଶଶୁର ଓ ଦେଢଶୁର, ସମସ୍ତେ ତାଙ୍କୁ ଆଗକୁ ପଢିବାକୁ ପ୍ରୋଛାହିତ କରିଛନ୍ତି । ସେ ନିଜର ବୈବାହିକ ଜୀବନ ଜଂଜାଳର ସମସ୍ତ କର୍ତ୍ତବ୍ୟ କରିମଧ୍ୟ ଆଗକୁ ବଢି ଚାଲିଲେ । ଶେଷରେ ସଫଳ ଶୀର୍ଷରେ ପହଁଚିଲେ ଆୟୁସ୍ମିତା । ଯେକୌଣସି ବ୍ୟକ୍ତି ଚାହିଁଲେ ନିଜର ଇଛା ଶକ୍ତି ଯୋଗେ ସେ ତାର ଜୀବନରେ ସଫଳତା ଆଣିପାରିବ ବୋଲି ଆୟୁସ୍ମିତା କହିଛନ୍ତି । ତାଙ୍କୁ ଆଗକୁ ନେବାରେ ତାଙ୍କ ଶଶୁର ଘରର ସମସ୍ତ ସଦସ୍ୟ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault