ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପ୍ରଶାସନ ଓ ସେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳ ସମାଜର ନେତାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ଜିଲ୍ଲାରେ ତୃଣମୂଳ ସ୍ତରରେ ବାଲ୍ୟ ବିବାହ ରୋକିବା ନିମନ୍ତେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ମହୋତ୍ସବ , ମେଳା , ଯାନିଯାତ୍ରାରେ ବାଲ୍ୟ ବିବାହ ନିରୋଧ ସମ୍ୱନ୍ଧୀୟ ଆଲୋଚନା ଚକ୍ର , ହୋର୍ଡିଙ୍ଗ ପ୍ରଭୁତି ବ୍ୟବସ୍ଥା ପୂର୍ବକ ଜନସଚେତନତା ସୃଷ୍ଟି ଉପରେ ବିଭାଗୀୟ ଅଧିକାରୀ , ଜିଲ୍ଲା ବାଲ୍ୟ ବିବାହ ନିରୋଧ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା ପ୍ରତ୍ୟେକ କିଶୋର କିଶୋରୀଙ୍କୁ ଜିଲ୍ଲା ମଙ୍ଗଳ ସମିତିରେ ଉପସ୍ଥାପନା କରିବା , ବିଦ୍ୟାଳୟ ଷ୍ଟାଣ୍ଡିଙ୍ଗ କମିଟିର ତାଲିମ ସମୟରେ ବାଲ୍ୟ ବିବାହ ଅଧିନିୟମ ଆଇନ ଓ ପୋକ୍ସୋ ଉପରେ ବିସ୍ତୃତି ଭାବରେ ଆଲୋଚନା କରିବା , ଜିଲ୍ଲାରେ ଆୟୋଜିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀରେ ବାଲ୍ୟ ବିବାହର କୁପରିଣତି ସଂପର୍କରେ ଶିକ୍ଷଣ ଉପକରଣ ମାଧ୍ୟମରେ ସଚତେନତା ସୃଷ୍ଟି କରିବା , ସାମାଜିକ ଓ ଆର୍ଥିକ ଦୂରାବସ୍ଥା ଦୂର ପାଇଁ ବାଲ୍ୟ ବିବାହକୁ କିପରି ବନ୍ଦ କରାଯାଇ ପାରିବ ଓ ଶିଶୁ ଯତ୍ନଗୃହର ସମସ୍ତ ଶିଶୁ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମକୁ ନିରନ୍ତର କରିବା ଇତ୍ୟାଦି ଉପରେ ଆଲୋଚନା କରାଯାଇଛି।
ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଗ୍ରାମ ସ୍ତରରେ ଯୋଜନା ପ୍ରସ୍ତୁତ କରିବା ପଥପ୍ରାନ୍ତ ନାଟକ ଓ ଲୋକକଳା ମାଧ୍ୟମରେ ବାଲ୍ୟବିବାହ ଉପରେ ସଚେତନତା କରିବା , କିଶୋର କିଶୋରୀଙ୍କ ଉପଯୁକ୍ତ ଜନ୍ମ ତାରିଖ ଲିପିବଦ୍ଧ ଉପରେ ଗୁରୁତ୍ଵ ଦେବା , ବାଲ୍ୟ ବିବାହରୁ ଉଦ୍ଧାର ହେଉଥିବା ଶିଶୁ ମାନଙ୍କୁ ଥଇଥାନର ବ୍ୟବସ୍ଥା କରିବା। ସେହିପରି ବ୍ଲକ ସ୍ତରରେ ହେଉଥିବା ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ , ସାସ୍ଥ୍ୟ କର୍ମଚାରୀ ଓ ପୋଲିସ ବିଭାଗକୁ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା।
ଆଜିର ଏହି ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଡିଏସପି ଶ୍ରୀ ରାଜ କିଶୋର ଦାସ , ସି.ଡବ୍ଲୁ.ସି ଅଧ୍ୟକ୍ଷ ଶ୍ରୀ ଆଶ୍ଵିନି କୁମାର ମହାପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଏକ୍ସନାଇଡ ଶ୍ରୀ ବିକାଶ କୁମାର ମେହେର , ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ , ବିଭିନ୍ନ ସମ୍ପ୍ରଦାୟ କୁଳ ସମାଜର ନେତା , ସମସ୍ତ ବାଲ୍ୟବିବାହ ନିରୋଧ ସଦସ୍ୟ ସଦସ୍ୟା , ସମସ୍ତ ସେଚ୍ଛାସେବୀ ଅନୁଷ୍ଠାନ ଓ ଚାଇଲ୍ଡ ଲାଇନର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବାଲ୍ୟବିବାହ ନିରାକରଣ ସମ୍ବନ୍ଧରେ ନିଜ ନିଜର ମତାମତ ରଖିଥିଲେ।
ରାଜ୍ୟ
ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳ ସମାଜର ନେତାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବୈଠକ
- Hits: 419








