ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ଉଦିତନଗର ହାଇସ୍କୁଲରେ ପାଠ ପଢିଥିବା ୧୯୮୩ ବ୍ୟାଚ ( ବରିଷ୍ଠ ବିଭାଗ)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବଂଧୁ ନିଜ ନିଜର ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ପରସ୍ପର ମଧ୍ୟରେ ଭାବବିନିମୟ କରିଥିଲେ । ପ୍ରଶାନ୍ତ ରଂଜନ ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ପଟେଲ ସ୍ବାଗତ ଭାଷଣ ରଖିବା ସହ ବଂଧୁ ଓ ବଂଧପତ୍ନିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ବିଷ୍ଣୁଙ୍କ ମନ୍ତ୍ର ପାଠ ପରେ ବଂଧୁ ଓ ବାଂଧବୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ, କୌତୁକ ଓ ବୁଦ୍ଧି ପରୀକ୍ଷା ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ସାହୁ, ବିଜୟ ପ୍ରଧାନ,ରବିନ୍ଦ୍ର ନାଥ,ସମୀର ଭୋଇ, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଶେଷରେ ଅଶୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଉଦିତନଗର ହାଇସ୍କୁଲର ୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ
- Hits: 741








