ଗାଇସିଲାଟ/ମନ ଡନସନା - ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବେବାହାଲ ଗ୍ରାମବାସୀ ଭାରତ ସ୍ୱାଧୀନ ହେବାର ଯଦି ଓ ୭୫ ବର୍ଷ ବିତିଯାଇଛି ଆଜି ପର୍ଯ୍ୟନ୍ତ ନିଜ ଗ୍ରାମରେ ଗୋଟିଏ ମତଦାନ କେନ୍ଦ୍ର ପାଇ ପାରିନାହାନ୍ତି । ଉକ୍ତ ଗ୍ରାମ ବାସୀ ଭୋଟ ଦେବା ପାଇଁ ପ୍ରାୟ ୩ କି. ମି. ଦୁର ଗାଇସିଲେଟ ଗ୍ରାମପଞ୍ଚାୟତ ର ସାନସାହଜବାହାଲ ଗ୍ରାମକୁ ଯାଇ ନିଜର ମତଦାନ କରି ଆସୁଛନ୍ତି । ଯାହା ଫଳରେ ଗ୍ରାମର ବୃଦ୍ଧ,ବୃଦ୍ଧା, ଅସହାୟ ଲୋକେ ଭୋଟ ଦେବାରୁ ବଞ୍ଚିତ ହେଉଛନ୍ତି । ତେବେ ଏ ନେଇ ଆଜି କିଛି ସଚେତନ ଲୋକେ ଗାଇସିଲେଟ ବିଡିଓ ଙ୍କୁ ଏକ ଲିଖିତ ଅଭିଯୋଗ କରିଥଲେ । ତେବେ ତୁରନ୍ତ ନିଜର ଅଧିକାରୀ ମାନଙ୍କୁ ନେଇ ଗାଇସିଲାଟ ବିଡିଓ ମନୋଜ ଦେବତା ବାବେବାହାଲ ଗ୍ରାମକୁ ଯାଇ ନୂତନ ମତଦାନ କେନ୍ଦ୍ରର ସ୍ଥିତି ପରଖିଥିଲେ।। ଏବଂ ଅନେକ ସମୟ ଧରି ଲୋକ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ଗ୍ରାମବାସୀ ଏ ପର୍ଯ୍ୟନ୍ତ ବାବେବାହଲ ଗ୍ରାମରୁ ସାନସାହଜବାହାଲ କୁ ରାସ୍ତା ଖଣ୍ଡିଏ ହୋଇ ନଥିବା ଏକ ବିଡମ୍ବନା ର ବିଷୟ ବୋଲି ବିଡିଓ ଙ୍କୁ ଅବଗତ କରିଥିଲେ । ଏ ସବୁ ସମସ୍ୟା ପାଇଁ ଗତ ୨୦୧୯ ବିଧାନସଭା ନିର୍ବାଚନ କୁ ଭୋଟ୍ ବର୍ଜନ କରିଥବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଯଦି ଏହାର ସମାଧାନ ନ ହୁଏ ତେବେ ସବୁଦିନ ପାଇଁ ଭୋଟ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିବା ପ୍ରକାଶ କରିଥିବା ବେଳେ । ବିଡିଓ ଙ୍କ ଏଭଳି ତତ୍ପରତା ଦେଖି ଗ୍ରାମବାସୀ ଖୁବ୍ ପ୍ରଶଂସା କରିଥିଲେ ।
ରାଜ୍ୟ
ଗାଁରେ ପହଞ୍ଚି ନୂତନ ମତଦାନ କେନ୍ଦ୍ରର ସ୍ଥିତି ପରଖିଲେ ବିଡିଓ
- Hits: 297








