ହେଡଲାଇନସ୍:

ପର୍ଯ୍ୟଟନ ବିକାଶ ପାଇଁ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ ମନ ଡନସନା- ବରଗଡ଼ ଜିଲ୍ଲା ପର୍ଯ୍ୟଟନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଗାଇସିଲେଟ ବ୍ଲକକୁ ମିଳିଛି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା । ୧୪ ଜୁଲାଇରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଗାଇସିଲେଟ ବ୍ଲକ୍ ର ବୁରୋମୁଣ୍ଡା ଗ୍ରାମରେ  କଳା ଗ୍ରାମ ଏବଂ କଟାବାହଲ ଠାରେ ପର୍ଯ୍ୟଟନ ଦୃଷ୍ଟିରୁ ମଲକେନ ଡ୍ୟାମର ବିକାଶ ପାଇଁ  ଶିଳାନ୍ୟାସ କରିଥିଲେ ।  ପଶ୍ଚିମଓଡ଼ିଶା ବିକାଶ ପରିଷଦ ତରଫରୁ ହେବାକୁ ଯାଉଥିବା ଏହି ଦୁଇଟି ପ୍ରକଳ୍ପ ସ୍ଥାନରେ ପହଞ୍ଚି ଏହାକୁ ନିରୀକ୍ଷଣ କରିଛନ୍ତି  ଜିଲ୍ଲାପାଳ ମନିଷା ବାନାର୍ଜୀ । ଏହି ଅବସରରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ନିଜ ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଡ୍ୟାମର  ସୋନ୍ଦର୍ଯ୍ୟକରଣ କରିବା ପାଇଁ ସବୁ ପ୍ରକାର ସହଯୋଗ କରିବାକୁ କଲେକ୍ଟର ପ୍ରତିଶ୍ରୁତି ଦେଇଥିବା ବେଳେ ଅଧିକାରୀ ମାନଙ୍କୁ  ଶୀଘ୍ର କାମ ସାରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଗାଇସିଲେଟ କଲେଜକୁ ମଧ୍ୟ ପରିଦର୍ଶନ କରିଥିଲେ ।  ଗାଇସିଲେଟ ବିଡିଓ ମନୋଜ ଦେବତା, ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ ସାହୁ, ସମିତି ସଭ୍ୟ ସରୋଜ ଶ୍ରିଭୂଷଣ ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ ମୁନି, କନିଷ୍ଠ ଯନ୍ତ୍ରୀ ବିକାଶ ଅଢ଼ା, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଅଭୟ ପ୍ରଧାନ ଏବଂ ବ୍ଲକ୍ ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ

0
0
0
s2sdefault